କଟକ: କଟକ ସହରରେ ଏବେ ନିଧଡ଼କ ଭାବେ ଚାଲିଛି ସେr ର୍ୟାକେଟ୍ । ଲକ୍ଡାଉନ୍ କଟକଣା ଜଗିବାରେ ପୁଲିସ ବ୍ୟସ୍ତ ଥିବା ବେଳେ ତାହାର ସୁଯୋଗ ନେଇ ଏହି ବେପାର ଜୋର୍ଦାର୍ ଚାଲିଛି । ଆଜି ସହରରେ ଏକସଙ୍ଗେ ଦୁଇଟି ସ୍ଥାନରୁ ସେr ର୍ୟାକେଟ୍ ଠାବ କରାଯାଇଛି । ମାଲ୍ଗୋଦାମ୍ ଥାନା ପିଲ୍ଗ୍ରିମ୍ ରୋଡ୍ର ଏକ ହୋଟେଲ ଓ ବାଦାମବାଡ଼ି ଥାନା ଶଙ୍କରପୁର ଦାସସାହିର ଏକ ଭଡା ଘରେ ଦେହ ବ୍ୟବସାୟ ଚାଲିଥିବା ବେଳେ ପୁଲିସ ଚଢ଼ଉ କରିଥିଲା । ପୁଲିସ ଚଢ଼ଉ ବେଳେ ଦୁଇ ସ୍ଥାନରୁ ୫ ଜଣ ଯୁବତୀ ଉଦ୍ଧାର ହୋଇଥିବା ବେଳେ, ଜଣେ ଗ୍ରାହକ, ଜଣେ ର୍ୟାକେଟ୍ ମୁଖ୍ୟ ଗିରଫ ହୋଇଛନ୍ତି । ହୋଟେଲ୍ ମ୍ୟାନେଜରଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ଯୁବତୀମାନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖାଯାଇଛି । ଗିରଫ ଅଭିଯୁକ୍ତଙ୍କୁ କାଲି କୋର୍ଟଚାଲାଣ କରାଯିବ । ଘଟଣାସ୍ଥଳରୁ ପୁଲିସ ୫ଟି ମୋବାଇଲ୍, ବହୁ ଆପତ୍ତିଜନକ ଦ୍ରବ୍ୟ ଓ କିଛି ଟଙ୍କା ଜବତ କରିଛି । ତେବେ ର୍ୟାକେଟ୍ର ଜଣେ ରାଣୀ ମହୁମାଛି ବା କିଙ୍ଗ୍ ପିନ୍ ଫେରାର୍ ହୋଇଯାଇଥିବା କୁହାଯାଉଛି ।
ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ବାଦାମବାଡ଼ି ପୁଲିସକୁ ସୂଚନା ମିଳିଲା କି, ଶଙ୍କରପୁର ଦାସସାହିର ଏକ ଭଡ଼ା ଘରେ ସେr ର୍ୟାକେଟ୍ ଭଳି କିଛି ଆପତ୍ତିଜନକ କାର୍ଯ୍ୟ ଚାଲିଛି । ତୁରନ୍ତ ସେଠାରେ ପୁଲିସ୍ ଚଢ଼ଉ କରିବା ବେଳେ ଘଟଣାସ୍ଥଳରୁ ୩ ଜଣ ଯୁବତୀ ଉଦ୍ଧାର ହୋଇଥିଲେ । ଯୁବତୀମାନଙ୍କ ଘର ଭୁବନେଶ୍ୱର ଲକ୍ଷ୍ମୀସାଗର, କେନ୍ଦ୍ରାପଡ଼ା ପାଟକୁରା ଓ ଢେଙ୍କାନାଳ ଅଞ୍ଚଳରେ । ସେହିପରି ଜଣେ ଯୁବକ ମଧ୍ୟ ସେଠାରେ ଧରା ପଡ଼ିଥିଲା । ସଂପୃକ୍ତ ଯୁବକ ସିଡିଏର ଭାସ୍କର ଚନ୍ଦ୍ର ଜେନାକୁ ଗିରଫ କରାଯାଇଛି । ଉକ୍ତ ଘରୁ ୫ଟି ମୋବାଇଲ୍ ଓ ବହୁ ଆପତ୍ତିଜନକ ଜିନିଷ ଜବତ କରାଯାଇଛି । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଭାସ୍କର ଜଣେ ଦଲାଲ୍ । ସେ ଦୀର୍ଘ ଦିନ ହେବ ଦେହ ବ୍ୟବସାୟ ର୍ୟାକେଟ୍ ଚଲାଉଛି । ତେବେ ଏହି ର୍ୟାକେଟ୍ ଚଲାଇବାରେ ଭଦ୍ରକ ଅଞ୍ଚଳର ଜଣେ ମହିଳା ଭାସ୍କରକୁ ସହଯୋଗ କରନ୍ତି । ସେ ଫେରାର୍ ଥିବା ପୁଲିସ ସୂଚନା ଦେଇଛି । ତେବେ ଘଟଣାସ୍ଥଳରୁ କେହି ଗ୍ରାହକ ଧରା ପଡ଼ିନାହାନ୍ତି । ଗ୍ରାହକମାନେ ଚଢ଼ଉର କିଛି ସମୟ ପୂର୍ବରୁ ସୁରାକ୍ ପାଇ ସେହି ଘର ଛାଡ଼ି ପଳାଇଥିବା ପୁଲିସ କହିଛି । ଭାସ୍କର ଉକ୍ତ ଘରକୁ ଭଡ଼ାରେ ନେଇଥିଲା । ଘର ମାଲିକ ସେଠାରେ ରହନ୍ତି ନାହିଁ । ଫୋନ୍ ଯୋଗେ ଭାସ୍କର ଗ୍ରାହକ ଯୋଗାଡ଼ କରେ । ଝିଅମାନଙ୍କୁ ମଧ୍ୟ ସେ ଜିଲ୍ଲା ବାହାରୁ ଆଣି ନିଜ ପାଖରେ ରଖେ । ଗ୍ରାହକଙ୍କଠାରୁ ଭାସ୍କର ୩ ହଜାର ଦାବି କରେ । ସବୁ କାରବାର ଅନ୍ଲାଇନ୍ରେ ହୁଏ ବୋଲି ସେ ପୁଲିସ ଆଗରେ ସ୍ୱୀକାର କରିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର କହିଛନ୍ତି ।
ଠିକ୍ ସମାନ ଢଙ୍ଗର ଏକ ସୂଚନା ମାଲ୍ଗୋଦାମ ପୁଲିସକୁ ଆଜି ସନ୍ଧ୍ୟାରେ ମିଳିଥିଲା । ପିଲ୍ଗ୍ରିମ୍ ରୋଡ୍ର ଏକ ହୋଟେଲ୍ର ରୁମ୍ ନମ୍ବର ୨୦୫ରେ ସେr ର୍ୟାକେଟ୍ ଚାଲୁଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିବାରୁ ଘଟଣାସ୍ଥଳରୁ ଦୁଇ ଜଣ ଯୁବତୀ ଉଦ୍ଧାର ହୋଇଥିଲେ । ସେହିପରି ଜଣେ ଗ୍ରାହକ ମଧ୍ୟ ସେହି କୋଠରୀରେ ଥିଲେ । ଉକ୍ତ ରୁମ୍ରୁ କିଛି ଆପତ୍ତିଜନକ ଜିନିଷ ବି ମିଳିଛି । ଗ୍ରାହକ ହେଲେ ନୟାସଡ଼କ ଅଂଚଳର ସୁରେଶ ଗାଙ୍ଗୋଲିଆ । ତେବେ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ର୍ୟାକେଟର ମୁଖ୍ୟ । ସେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର । ଅନ୍ୟ ଜଣେ ଯୁବତୀଙ୍କ ଘର ଯୋବ୍ରା ଅଞ୍ଚଳରେ । ଦୀର୍ଘ ଦିନ ହେବ ଏହି ବେପାର ଯୁବତୀ ଦୁହେଁ ଚଲାଇଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ଦୁଇ ଯୁବତୀଙ୍କୁ ଏକ ଆଶ୍ରମରେ ଛଡ଼ାଯାଇଛି । ଏହି ଘଟଣାରେ ହୋଟେଲ୍ର ମ୍ୟାନେଜରଙ୍କୁ ମଧ୍ୟ ଅଟକ ରଖାଯାଇଥିବା ପୁଲିସ କହିଛି । ସମ୍ଭବତଃ ଗ୍ରାହକଙ୍କ ସହିତ ମ୍ୟାନେଜରଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ । ଏହି ର୍ୟାକେଟ୍ର ସବୁ ଦେଣନେଣ ମଧ୍ୟ ଅନ୍ଲାଇନରେ୍ ହେଉଥିଲା । ଗ୍ରାହକ ଯୋଗାଡ଼ ହ୍ୱାଟ୍ସ୍ଆପ୍ରେ ଚାଲିଥିଲା ଓ ମୋବାଇଲ୍ ଆପ୍ରେ ଟଙ୍କା ପୈଠ କରାଯାଉଥିଲା ବୋଲି ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ସୂଚନା ଦେଇଛନ୍ତି । ସହରରେ ଗୋଟିଏ ଦିନରେ ଦୁଇଟି ସେr ର୍ୟାକେଟ୍ ଠାବ ହେବା ବିଷୟ ପୁଲିସ ପାଇଁ ଚିନ୍ତାଜନକ ବିଷୟ ବୋଲି କୁହାଯାଉଛି । ଲକ୍ଡାଉନ୍ରେ ସବୁ କିଛି ଠପ୍ ହୋଇଯାଇଥିବା ବେଳେ ଅତି ସତର୍କତାର ସହ ଏହି କାରବାର ବଢ଼ିଥିବା ସ୍ପଷ୍ଟ ହେଉଥିବାରୁ ଏ ଦିଗରେ ପୁଲିସ ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.