ଦୁଇ ଅପରେଟର ମୃତ, ଗାଡ଼ି ପୋଡ଼ି

Get real time updates directly on you device, subscribe now.

ମାଲକାନଗିରି:ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୋମବାର ମାଓବାଦୀମାନେ ବଡ଼ଧରଣର ହମ୍ଲା କରିଛନ୍ତି । ଏହି ଜିଲ୍ଲାର ଛୋଟେଡଙ୍ଗର ଥାନା ଆମଜାଇଠାରେ ଥିବା ଲୁହାପଥର ଖଣିକୁ ବିରୋଧ କରି ମାଓବାଦୀମାନେ କରିଛନ୍ତି ଏଭଳି ଆକ୍ରମଣ । ଏପରିକି ଆଇଡି ବିସ୍ଫୋରଣ ଘଟାଇଛନ୍ତି । ଶତାଧିକ ସଂଖ୍ୟାରେ ନକ୍କ୍ଲ ଆକ୍ରମଣରେ ସାମିଲ ହୋଇଥିଲେ । ଖଣିରେ ନିୟୋଜିତ ଦୁଇ ଜଣ ଅପରେଟରଙ୍କୁ ଅପହରଣ କରି ସେମାନେ ନିଜ କବ୍ଜାକୁ ନେଇ ଯାଇଛନ୍ତି । ମାଓବାଦୀମାନେ ଆମଦେଇ ଘାଟି ଉପରୁ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଏହାର ପାଲଟା ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ମାଓବାଦୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଆମଦେଇ ଜଙ୍ଗଲ ଘାଟିରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବାର ଖବର ମିଳିଛି । ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତୁ୍ୟ ଘଟିଛି । କିନ୍ତୁ ମାଓବାଦୀ କି ସୁରକ୍ଷାକର୍ମୀ କାହାର ମୃତୁ୍ୟ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ । ରାସ୍ତା କାମରେ ନିୟୋଜିତ ୫ଗୋଟି ଗାଡ଼ିକୁ ମାଓବାଦୀମାନେ ମଧ୍ୟ ପୋଡ଼ି ଦେଇଛନ୍ତି ।
ଆଜି ଦିନ ପ୍ରାୟ ୧୦ଟା ବେଳେ ମାଓବାଦୀମାନେ ଖଣି ଉପରେ ଆକ୍ରମଣ କରିଥିବା ବେଳେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଟକ୍କର ଦେବାରୁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଅମଜାଇ ଲୁହାପଥର ଖଣିକୁ ଦୀର୍ଘଦିନ ହେଲା ମାଓବାଦୀମାନେ ବିରୋଧ କରି ଆସୁଥିଲେ । ଏଣୁ ପୂର୍ବରୁ ଆକ୍ରମଣ ଯୋଜନାର ନକ୍ସା ବନେଇ ଆଜି ଖଣିକୁ ନିଜ ଅକ୍ତିଆରକୁ ନେଇ ଏପରି ଆକ୍ରମଣ କରିଥିଲେ । ସେହି ସମୟରେ ଖଣିରେ ଶତାଧିକ ଶ୍ରମିକ କାମ କରୁଥିଲେ ।
ଆଉ ଏକ ସୂତ୍ରରୁ ଜଣାପଡ଼ିଛି, ଆମଜାଇ ଠାରେ ଥିବା ଲୁହାପଥର ଖଣିରୁ ମାଓବାଦୀମାନେ ବିସ୍ପୋରକ ଦ୍ରବ୍ୟ ଲୁଟ୍ କରିବା ଉଦେଶ୍ୟ ନେଇ ଏଭଳି ହମ୍ଲା କରିଛନ୍ତି । ରାସ୍ତାକାମରେ ନିୟୋଜିତ ଥିବା ପ୍ରୋକ୍ଲନି, ଡ୍ରୋଜର, ଟିପର ଭଳି ୫ଟି ଗାଡ଼ିକୁ ପ୍ରଥମେ ପୋଡ଼ି ଦେଇଥିଲେ ଏବଂ ଆଇଡି ବିସ୍ପୋରଣ ଘଟାଇ ପ୍ରଥମେ ଶ୍ରମିକମାନଙ୍କୁ ଭୟଭୀତ କରିଥିଲେ । ସେମାନଙ୍କୁ ଖଣିର କିଛି କର୍ମଚାରୀ ଓ ଶ୍ରମିକ ବିରୋଧ କରିବାରୁ ଦୁଇଜଣ ଅପରେଟରଙ୍କୁ ଅପହରଣ କରି ନେଇଥିଲେ । ପୁଲିସ ଝକ୍ତହ ପାଇବାପରେ ସେଠାରେ ସୁରକ୍ଷା କର୍ମୀମାନେ ପହଞ୍ଚô ଯାଇଥିଲେ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ ମାଓବାଦୀମାନେ ଆମଦେଇ ଘାଟିଉପରୁ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ ଏବଂ ପାଲଟା ଜବାବରେ ସୁରକ୍ଷାକର୍ମୀମାନେ ମଧ୍ୟ ମାଓବାଦୀଙ୍କ ଉପରକୁ ଗୁଳି ଚଳାଇଥିଲେ ।

ରିପୋର୍ଟ ସତ୍ୟ ପ୍ରକାଶ ସାମଲଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons