ରଣପୁର,(ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ରଣପୁର ବ୍ଳକରେ ଦୁଇଟି ଅଭାବନୀୟ ଘଟଣା ଘଟିଛି । ସ୍କୁଲ ଗୃହରେ କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ବିରୋଧ କରି ଜଣେ ଯୁବକ ସରପଞ୍ଚଙ୍କୁ ଆକ୍ରମଣ କରିଥିବା ବେଳେ ନାମ ପଞ୍ଜୀକରଣକୁ ନେଇ ଯୁବକଙ୍କ ରୋଷର ଶିକାର ହୋଇ ମାଡ଼ ଖାଇଛନ୍ତି ଆଶାକର୍ମୀ । ରଣପୁର ବ୍ଲକ ଲୋଧାଚୁଆ ପଞ୍ଚାୟତର ରାଜନଗର ଗାଁର ସ୍କୁଲ ଗୃହକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରିବାକୁ ମରାମତି କାମ ଚାଲିଥିବା ବେଳେ ଏହାକୁ ବିରୋଧ କରି ରାଜନଗର ଗାଁର ଜଣେ ଯୁବକ ସରପଞ୍ଚଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି । ଏନେଇ ସରପଞ୍ଚ ରଣପୁର ଥାନାରେ ଲିଖିତ ଅଭିଯୋଗ କରିବା ସହ ସୁରକ୍ଷା ପାଇଁ ସରକାରଙ୍କୁ ଦାବି କରିଛନ୍ତି । ସେହିପରି ଏହି ବ୍ଲକ ବୃନ୍ଦାବନପୁର ପଞ୍ଚାୟତ ବିନୋଦପଡା ଗାଁର ଆଶାକର୍ମୀ ନଳିନୀ ପ୍ରଧାନ ଜଣେ ଭୁବନେଶ୍ୱର ଫେରନ୍ତାଙ୍କ ନାମ ପୃଥକ ଦାସ ପାଇଁ ପଞ୍ଜିକରଣ କରିବାରୁ ଉକ୍ତ ଯୁବକ ଜଣକ ଆକ୍ରମଣ କରିଛନ୍ତି । ଆଶାକର୍ମୀ ଜଣକ କହିଛନ୍ତି ଯେ, ଭୁବନେଶ୍ୱରର ବମିଖାଲରୁ ଜଣେ ଯୁବକ ଆମ ଗାଁକୁ ଆସିଥିଲେ । ତାଙ୍କର ରିପୋର୍ଟ ମୁଁ ପଞ୍ଜିକୃତ କରିବା ପାଇଁ ଦେଇଥିଲି । ମୁଁ ସର୍ଭେ କରିବାକୁ ଯାଇଥିବା ବେଳେ ତାଙ୍କ ବାପା ମୋତେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କଲେ । କାହିଁକି ମୋ ପୁଅ ନା ଲେଖିଦେଲୁ । ପରେ ବାପ-ପୁଅ ମୋତ ଘୋଷାଡ଼ିକି ବାଡେ଼ଇଲେ । ତେବେ ଆଶା କର୍ମୀ ନଳିନୀ ରଣପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ସହ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଦୁଇଟି ଘଟଣାର ତଦନ୍ତ ଚଳାଇଛି । ମାତ୍ର ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କୁ ଗିରପ କରାଯାଇନାହିଁ । ପୋଲିସ ଏପର୍ଯ୍ୟନ୍ତ କାହିଁକି ଗିରଫ କରିନାହିଁ । ଦେଖାଯାଉ କେବେ ଏହି ଆଶାକର୍ମୀଙ୍କୁ ନ୍ୟାୟ ମିଳୁଛି?
Comments are closed, but trackbacks and pingbacks are open.