
ନନ୍ଦପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ପିତାଗୁଡା ଗେଟ ପାଖରେ ଦୁଇଟି କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଉଭୟ କାର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡ୍ରାଇଭର ସୁରକ୍ଷିତ ଅଛନ୍ତି । ପୁଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ୨ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣ ସାଢେ ୪ଟାରେ ନନ୍ଦପୁର ପଟରୁ କାର୍(ଓଡି-୧୦ଏ-୬୦୭୦) ସେମିଳିଗୁଡା ଅଭିମୁଖେ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଅନ୍ୟ ଏକ କାର୍(ଓଡି-୧୦ଏ-୬୪୬୪) ଆସୁଥିବା ବେଳେ ପିତାଗୁଡା ଗେଟ୍ ବୁଲାଣିରେ ମୁହାଁମୁହିଁ ଧକ୍କା ହୋଇଥିଲା । ଗୋଟିଏ କାର୍ରେ ବନମାଳିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଥିବା ବେଳେ ଅନ୍ୟ କାର୍ରେ ପିତାଗୁଡା ଅଞ୍ଚଳର ଜଣେ ବ୍ୟକ୍ତି ଥିଲେ ।
Comments are closed, but trackbacks and pingbacks are open.