ଦୁଇ ଗୋÂୀ ହାତାହାତି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଂଗ୍ରେସ ଭବନରେ ତୁମୂଳ କାଣ୍ଡ । ନବନିୟୁକ୍ତ ଯୁବକଂଗ୍ରେସ ସଭାପତିଙ୍କ ଗୋÂୀ ଓ ଆଶାୟୀ ଥିବା ପ୍ରାର୍ଥୀଙ୍କ ଗୋÂୀ ମଧ୍ୟରେ ହାତାହାତି ହୋଇଛି । କଂଗ୍ରେସ ଭବନ ପରିସରରେ ଖଣ୍ଡା, ଭୁଜାଲି ବୁଲିଛି । ପରିସ୍ଥିତି ଏପରି ହେଲା ଯେ ପୁଲିକୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ପୁଲିସ ଘଟଣାସ୍ଥଳରୁ ଏକ ଖଣ୍ଡା ଜବତ କରିଥିଲାବେଳେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ରାଜ୍ୟ ଯୁବକଂଗ୍ରେସ ସଭାପତି ଭାବେ ସ୍ମୃତିରଞ୍ଜନ ଲେଙ୍କା ନିଯୁକ୍ତି ପାଇବା ପରେ ଆଜି ପ୍ରଥମ ଥର କଂଗ୍ରେସ ଭବନକୁ ଆସିଥିଲେ । ତାଙ୍କ ଆସିବା ଖବର ପାଇବା ପରେ ଅନ୍ୟ ଆଶାୟୀ ଓ ତାଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଅସନ୍ତୁଷ୍ଟ ଯୁବନେତାମାନେ କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ ‘ସ୍ମୃତି ଲେଙ୍କା, ଗୋ ବ୍ୟାକ୍’ ସ୍ଲୋଗାନ୍ ଦେଇଥିଲେ । ତେବେ ସ୍ମୃତି ଓ ତାଙ୍କ ସମର୍ଥକମାନେ କଂଗ୍ରେସ ଭବନରେ ପହଞ୍ଚିବା ପରେ ମୁଖ୍ୟ ଫାଟକରେ ପଡିଥିବା ତାଲାକୁ ଭାଙ୍ଗି ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । କଂଗ୍ରେସ ଭବନ ଆଗରେ ଥିବା ଅପର ଗୋÂୀ ସହିତ ସ୍ମୃତିଙ୍କ ସମର୍ଥକମାନଙ୍କ ମଧ୍ୟରେ ଠେଲାପେଲା ଓ ହାତାହାତି ହୋଇଥିଲେ । କଂଗ୍ରେସ ଭବନ ପାଲଟିଯାଇଥିଲା ରଣକ୍ଷେତ୍ର । ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିକୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ଫଳରେ ଭବନ ଭିତରେ ଥିବା ଅସନ୍ତୁଷ୍ଟ ନେତାମାନେ ଛତ୍ରଭଙ୍ଗ ଦେବା ସହିତ ତାଙ୍କ ସମର୍ଥକମାନେ ପାଚେରୀ ଡେଇଁ ବାହାରକୁ ପଳାଇଥିଲେ । ପୁଲିସ କିଛି ବିକ୍ଷୋଭକାରୀଙ୍କୁ ହେପାଜତକୁ ନେବା ସହ ଘଟଣାସ୍ଥଳରୁ ଏକ ଖଣ୍ଡା ଜବତ କରିଥିଲା । ଖଣ୍ଡା ଧରି ଆତଙ୍କ ଖେଳାଉଥିବା ଅଭିଯୋଗରେ ପୁଲିସ ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିରୁ ଆସି ସାଲିଆ ସାହିରେ ରହୁଥିବା ନୀଳାଚଳ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କଂଗ୍ରେସ ଭବନରେ ହୋଇଥିବା ତୁମୂଳକାଣ୍ଡକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିରଞ୍ଜନ କହିଛନ୍ତି, ଯାହା ହୋଇଛି ଦୁର୍ଭାଗ୍ୟଜନକ । ତଦନ୍ତ ପରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ନିଆଯିବ । ତେବେ ଯୁବକଂଗ୍ରେସ ନୂଆ ସଭାପତି ନିଯୁକ୍ତି ନେଇ ପୂର୍ବ ଯୁବକଂଗ୍ରେସ ସଭାପତିମାନଙ୍କ ମତ ଅନୁସାରେ ନାମ ସୁପାରିସ ହୋଇଥିଲା । ସୁପାରିସ ହୋଇଥିବା ଯୁବ ନେତାମାନଙ୍କର ୩୦ରୁ ୪୦ ହଜାର ସଦସ୍ୟ ଥିଲେ । ସେମାନଙ୍କ ଭିତରୁ ଯଦି କେହି ସଭାପତି ହୋଇଥାନ୍ତେ, ଏପରି ପରିସ୍ଥିତି ହୋଇନଥାନ୍ତା । ଏ ବାବଦରେ ଏଆଇସିସିକୁ ଅବଗତ କରାଯିବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି । ଯୁବକଂଗ୍ରେସ ଗୋÂୀ କନ୍ଦଳ ମାମଲାର ତଦନ୍ତ ପାଇଁ ପିସିସି ସଭାପତି ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ୪ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି । ଏହି କମିଟିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପୂର୍ବତନ ଯୁବକଂଗ୍ରେସ ସଭାପତି ସଂଗ୍ରାମ ଜେନା ଓ ଯୁବନେତା ବିଶ୍ୱରଞ୍ଜନ ଦାସ ସଦସ୍ୟ ଅଛନ୍ତି । କମିଟିକୁ ତଦନ୍ତ କରି ୪ଦିନ ମଧ୍ୟରେ ରିପୋର୍ଟ ଦେବାକୁ ପିସିସି ସଭାପତି ନିଦେ୍ର୍ଧଶ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ କଂଗ୍ରେସରେ ନୂଆ ପାନେଲିଷ୍ଟ୍ ତାଲିକାକୁ ନେଇ ଗତ ସପ୍ତାହରେ ନରେଶ ମହାନ୍ତି ଓ ସୁଦର୍ଶନ ଦାସଙ୍କୁ ଆକ୍ରମଣ ହୋଇଥିଲ । ଆଜି ପୁଣି ଯୁବକଂଗ୍ରେସରେ କନ୍ଦଳକୁ ନେଇ କଂଗ୍ରେସ ତା’ର ପୁରୁଣା ରୋଗକୁ ଛାଡିପାରିବ ନାହିଁ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons