ଦୁଇ ଟ୍ରକ୍ ମୁହାଁମୁହିଁ, ୨ ଡ୍ରାଇଭର ମୃତ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଉପକଣ୍ଡ ଜାତୀୟ ରାଜପଥ ୨୦ ନଂ ଗୋପାଳପୁର ବ୍ଲକ ସ୍ପଟ୍ରେ ପରିଣତ ହୋଇଛି । ତ୍ରୃଟିପୂର୍ଣ୍ଣ ରାସ୍ତା ଯୋଗୁ ଚଳିତମାସ ୬ଟି ଦୁର୍ଘଟଣା ଘଟିଛି । ଶନିବାର ବିଳମ୍ବିତ ରାତ୍ରିରେ ଦୁଇ ଟ୍ରକ୍ ଧକ୍କା ହୋଇ ୨ ଜଣ ଡ୍ରାଇଭରଙ୍କ ମୃତୁ୍ୟ ଘଟିଛି । ଲୁହାପଥର ବୋଝେଇ ଟ୍ରକ୍ର ଡ୍ରାଇଭର କେନ୍ଦୁଝର ବାରିପା ଥାନା ପନ୍ତର୍ଗତ ପୋଡାସିମିଳା ଗ୍ରାମର ଶାନ୍ତନୁ କୁମାର ନାଏକ (୪୦) ଓ କୋଇଲା ବୋଝେଇ ଟ୍ରକ୍ର ଡ୍ରାଇଭର ଜଗତ୍ସିଂହପୁର ଜିଲ୍ଲା ଛଣହତା ଗ୍ରାମର ବିଚିତ୍ର କୁମାର ସାହୁ(୪୦)ଙ୍କ ପ୍ରାଣହାନୀ ଘଟିଛି । ଦୁର୍ଘଟଣାରେ ପରେ ଦୀର୍ଘସମୟ ରାଜପଥ ପବରୋଧ ହୋଇଥିଲା । କେନ୍ଦୁଝରର ପଗ୍ନିଶମ ବିଭାଗ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।
କେନ୍ଦୁଝର ସଦର ଥାନା ପନ୍ତର୍ଗତ ଗୋପାଳପୁର ନିକଟରେ ୨ଟି ଟ୍ରକ୍ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଛି । ଓଡି ୦୯ ଜି ୯୮୭୧ ନମ୍ପର ଟ୍ରକ୍ ଲୁହାପଥର ବୋଝେଇ ହୋଇ ପାରାଦୀପ ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ଏକ କୋଇଲା ବୋଝେଇ ଟ୍ରକ୍ ଓଡି ୦୫ ଜେଡ୍ ୮୦୫୪ ପାସୁଥିଲା । ରାଜପଥ କାମ ସଂପୂର୍ଣ୍ଣ ହୋଇନଥିବାରୁ ୨ ଲେନ୍ ହାଇଭର୍ସନରେ ଉଭୟ ଟ୍ରକ୍ ଧକ୍କା ହୋଇଥିଲା । ଫଳରେ ଦୁଇ ଜଣ ଯାକ ଡ୍ରାଇଭର ଗାଡିରେ ଚାପି ହୋଇ ମୃତୁ୍ୟବରଣ କରିଥିଲେ ।
ଖବରପାଇ କେନ୍ଦୁଝର ପଗ୍ନିଶମ ବିଭାଗ କର୍ମଚାରୀମାନେ ପକ୍ଳାନ୍ତ ପରିଶ୍ରମ କରିବା ପରେ ରବିବାର ସକାଳ ୮ଟା ସମୟରେ ମୃତଦେହକୁ ଉଦ୍ଧାର କରିଥିଲେ । ପଗ୍ନିଶମ କର୍ମଚାରୀମାନେ କଟର ଦ୍ୱାରା କାଟି ଡ୍ରାଇଭରଙ୍କ ମୃତଦେହକୁ ପାଣିବା ପରେ କେନ୍ଦୁଝର ଟ୍ରକ୍ ମାଲିକ ସଂଘର ମହାପ୍ରଣାୟ ଗାଡି ସେମାନଙ୍କୁ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଡାକ୍ତରଖାନାକୁ ପାଣିଥିଲା । ପରେ ପୁଲିସ ପହଞ୍ଚି ଦୁର୍ଘଟଣା ଯୋଗୁ ରାଜପଥ ପବରୋଧକୁ ହଟାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା । ପ୍ରକାଶଥାଉକି, ଏହି ସ୍ଥାନରେ ଶନିବାର ରାତି ୮ଟା ସମୟରେ ଏକ ମାରୁତି ଗାଡି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣ ଗୁରୁତର ହୋଇ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ହୋଇଛନ୍ତି । ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଉଦ୍ବେଗର ବିଷୟ ହୋଇଥିବା ବେଳେ ଚିହ୍ନଟ ହୋଇଥିବା ବ୍ଲାକ୍ ସ୍ପଟ୍ ଗୁଡିକରେ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିପାନଯିବା ଦୁର୍ଭାଗ୍ୟର ବିଷୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons