ଦୁଇ ବନ୍ଧୁକ, ଗୁଳି ଜବତ

Get real time updates directly on you device, subscribe now.

ଚୌଦ୍ୱାର,(ବି.ବି.ନୁ୍ୟଜ): ଚୌଦ୍ୱାର ପୁଲିସ ହାତରେ ଧରା ପଡ଼ିଛନ୍ତି ଦୁଇ ଅନ୍ତରାଜ୍ୟ ଚୋରା ବନ୍ଧୁକ ବେପାରୀ । ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ପାଣିଛତର ଗ୍ରାମର ବାବୁଲି ମହାରଣା(୬୧) ଓ ପୁଅ ଅନାଥ ଓରଫ ସୋମନାଥ ମହାରଣା(୩୫) । ପୁଲିସ ଅଭିଯୁକ୍ତ ବାପା ଓ ପୁଅକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଦୁଇ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳି ଜବତ ହୋଇଛି ।
ପୁଲିସ ସୂଚନା ଅନୁସାରେ ଚୌଦ୍ୱାର ବିରୂପା ଓଭରବ୍ରିଜ୍ ନିକଟରେ ଦୁଇ ଚୋରା ବନ୍ଧୁକ ବେପାରୀ ଅପରାଧୀଙ୍କୁ ବନ୍ଧୁକ ବିକ୍ରି ପାଇଁ ଅପେକ୍ଷା କରି ରହିଥିବା ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କୁ ଖବର ମିଳିବା ପରେ ପୁଲିସର ଏକ ଟିମ୍ ସେଠାରେ ଚଢଉ କରିଥିଲା । ଚଢଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଓ ୨ ଟି ଗୁଳି ଜବତ ହୋଇଛି । ପଚରା ଉଚରା ବେଳେ ବରାଦ ଅନୁସାରେ ନିଜ ହାତ ତିଆରି ବନ୍ଧୁକ ସହ କିଛି ବିହାରରୁ ଆଣି ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଅଞ୍ଚଳର କିଛି ଏଜେଣ୍ଟ୍ଙ୍କ ମାଧ୍ୟମରେ ବିକ୍ରି କରିଥାନ୍ତି ବୋଲି ସ୍ୱୀକାର କରିଥିଲେ । ଅଭିଯୁକ୍ତ ବାପା, ପୁଅ ମୋବାଇଲ୍ ବ୍ୟବହାର କରୁ ନଥିବାରୁ ପୁଲିସ ହାତରେ ସହଜରେ ଧରା ପଡୁନଥିବା ଜଣାପଡ଼ିଛି । ଏଜେଣ୍ଟ୍ଙ୍କ ଫୋନ୍ ଜରିଆରେ ମୂଲଚାଲ ପରେ ନିର୍ଦ୍ଧିଷ୍ଟ ସ୍ଥାନରେ ବାପା, ପୁଅ ପହଞ୍ଚି ଯାଇଥାନ୍ତି । ପରେ ଏଜେଣ୍ଟ୍ଙ୍କ ସହ ଅପରାଧୀ ସେଠାରେ ପହଞ୍ଚି ବନ୍ଧୁକ କିଣିଥାନ୍ତି ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଜୋନ୍ ୧ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଛି । ସୂଚନା ଅନୁସାରେ ଅଭିଯୁକ୍ତ ବାପା, ପୁଅଙ୍କଠାରୁ କାଳିଆ ନାମକ ଜଣେ କୁଖ୍ୟାତ ଅପରାଧୀ ବନ୍ଧୁକ କାରବାର କରିଥାଏ ବୋଲି ଜଣା ପଡିଛି । ହେଲେ କାଳିଆର ଠିକଣା ମିଳିପାରିନାହିଁ । ଅଭିଯୁକ୍ତ ବାବୁଲି ନାଁରେ ପୁରୀ ଚନ୍ଦନପୁର ଥାନା, ଖୋର୍ଦ୍ଧା ବେଗୁନିଆ ଥାନା, ଜଙ୍କିଆ ଥାନା ଓ ଖୋର୍ଦ୍ଧା ଟାଉନ ଥାନାରେ ଚୋରା ବନ୍ଧୁକ ବେପାର ନେଇ ମାମଲା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons