ଦୁଇ ବ୍ରାଉନ୍ସୁଗର ମାଫିଆ ଗିରଫ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ବୁ୍ୟରୋ): କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ବାଲେଶ୍ୱର ଅଞ୍ଚଳରୁ ଆଉ ୨ ଜଣ ବ୍ରାଉନ୍ସୁଗର ମାଫିଆଙ୍କୁ ଗିରଫ କରିଛି । ସେମାନେ ହେଲେ ସହଦେବଖୁଣ୍ଟା ଥାନା ଅରଡ଼ବଜାରର ସେଖ୍ ହାଇଦର ଓ ପୁଲିସ୍ ଲେନ୍ର ତନ୍ମୟ ଭୁୟାଁ ଓରଫ ତନୁ । ସେମାନଙ୍କ ଠାରୁ ଏସ୍ଟିଏଫ୍ ୩୦୧ ଗ୍ରାମ୍ ବ୍ରାଉନ୍ସୁଗର, ୨ ଲକ୍ଷ ୨୨ ହଜାର ଟଙ୍କା, ୩ଟି ମୋବାଇଲ୍ ଫୋନ୍, ଏଟିଏମ୍ କାର୍ଡ ଓ ବୁଲେଟ୍ ଜବତ କରିଛି । ତେବେ ଏମାନେ ଏତେ ପରିମାଣର ବ୍ରାଉନ୍ସୁଗର କେଉଁଠୁ ଆଣୁଥିଲେ ସେ ବିଷୟରେ ଜାଣିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ଏଡିଜି ଏସ୍. ପ୍ରିୟଦର୍ଶୀ କହିଛନ୍ତି ।
ଖୋର୍ଦ୍ଧାର ଛୋଟା ଓ ବାଲେଶ୍ୱରର ସେଖ୍ ରାଜା ଗିରଫ ହେବା ପରେ କିଛି ମାଫିଆ ଫେରାର ହୋଇ ଯାଇଥିଲେ । ଏସ୍ଟିଏଫ୍ ବି କିଛିଦିନ ଚୁପ୍ ରହିଥିଲା । ଏହାର ଫାଇଦା ନେଇ ମାଫିଆମାନେ ଆରମ୍ଭ କରିଥିଲେ ନିଶା ବେପାର । ବାଂଲାଦେଶରୁ ଜଳପଥରେ ବ୍ରାଉନ୍ସୁଗର ଆଣି ବେପାର ଆରମ୍ଭ କରିଥିଲେ । ଏ ବିଷୟରେ ଗୁଇନ୍ଦା ଖବର ପାଇବା ପରେ ଏସ୍ଟିଏଫ୍ ଆରମ୍ଭ କରିଥିଲା ତନାଘନା । ଏହି ସମୟରେ ହାଇଦର ଓ ତନୁର ସୁରାକ୍ ମିଳିଥିଲା । ରବିବାର ଏସ୍ଟିଏଫ୍ ଟିମ୍ ବାଲେଶ୍ୱରରେ ଡେରା ପକାଇଥିଲା । ସୋମବାର ସନ୍ଧ୍ୟାରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ହରି ପ୍ଲାଜା ନିକଟରେ ୨ ମାଫିଆଙ୍କୁ ଏସ୍ଟିଏଫ୍ ଅରଡ଼ବଜାର ଅଞ୍ଚଳରୁ ସ୍ଥାନୀୟ ପୁଲିସ ସହଯୋଗରେ ଗିରଫ କରିଥିଲା । ସେମାନଙ୍କୁ ମଙ୍ଗଳବାର ଅପରାହ୍ଣରେ ବାଲେଶ୍ୱର ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଏଡିଜି କହିଛନ୍ତି, ଗତ ୨୦ ଦିନରେ ପୁରୀ, ବାଲେଶ୍ୱର, ପିପିଲି, ଅନୁଗୁଳ, ଖୋର୍ଦ୍ଧା, ଢେଙ୍କାନାଳ, ଭଦ୍ରକ ଓ ଭୁବନେଶ୍ୱରରେ ୮ଟି ମାମଲା ରୁଜୁ କରି ୧୯ ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ସେମାନଙ୍କ ଠାରୁ ୮ ଶହ ୧ ଗ୍ରାମ୍ ବ୍ରାଉନ୍ସୁଗର, ୩ ଶହ ୨୬ ଗ୍ରାମ୍ ଅଫିମ, ୧୩ ଲକ୍ଷ ୨୦ ହଜାର ଟଙ୍କା, କାର୍ ଓ ବାଇକ୍ ଜବତ କରାଯାଇଛି । ଆଗକୁ ମଧ୍ୟ ଏହି ଚଢ଼ଉ ଜାରି ରହିବ ବୋଲି ଏଡିଜି କହିଛନ୍ତି । ହାଇଦର ଓ ତନୁଙ୍କ ରାଜ୍ୟ ତଥା ଦେଶ ବାହାରେ ଲିଙ୍କ୍ ରହିଛି । ଅଧିକ ତଥ୍ୟ ଆଦାୟ ପାଇଁ ଆମେ ଉଭୟଙ୍କୁ ରିମାଣ୍ଡରେ ଆଣିବୁ ।
ପୁଲିସ୍ ସବୁବେଳେ ବ୍ରାଉନ୍ସୁଗର ମାଫିଆଙ୍କୁ ଗିରଫ କରୁଛି । ହେଲେ କାରବାରର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚି ପାରୁନି । ବିଭିନ୍ନ ସମୟରେ ବରିÂ ପୁଲିସ୍ ଅଫିସର କହୁଛନ୍ତି, ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ବ୍ରାଉନ୍ସୁଗର (ଧଳା ଜହର) ଓଡ଼ିଶା ଆସୁଛି । ଏକଥା ଜାଣିବା ସତ୍ତେ୍ୱ କାହିଁକି ପୁଲିସ୍ ଧରି ପାରୁନି ବୋଲି ପ୍ରଶ୍ନ ଉଠିଛି । ମାଫିଆମାନେ କେତେବେଳେ ମାଛ ପେଟରେ ତ’ ପୁଣି କେବେ କଦଳୀ ଭିତରେ ପୂରାଇ ବ୍ରାଉନସୁଗର ଆଣୁଛନ୍ତି । ପୁଲିସ୍ ଛୋଟ ବେପାରୀଙ୍କୁ ଧରୁଛି । ହେଲେ ମାଷ୍ଟରମାଇଣ୍ଡଙ୍କ ପାଖରେ ପହଞ୍ଚି ପାରୁନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons