କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ୨୦୧୯ ଜାନୁଆରୀ ୨ ତାରିଖରେ ମହାକାଳପଡାର ନିପାଣିଆଠାରେ ଘଟିଥିବା ଡଙ୍ଗାବୁଡି ଦୁର୍ଘଟଣାରେ ‘ଉଦ୍ଧାରକାରୀ ପରୀ’ ସାଜିଥିବା ନିପାଣିଆର ବୁଦ୍ଧଦେବ ଗିରିଙ୍କ ଝିଅ ସବିତା ଗିରି ଓ ଉତ୍ତମ ଗିରିଙ୍କ ଝିଅ ପୂର୍ଣ୍ଣିମା ଗିରିଙ୍କ ସାହସିକତାକୁ ମିଳିଛି ସ୍ୱୀକୃତି । ଦୁଇ ସଂପର୍କୀୟା ଭଉଣୀ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନଠାରୁ ସୂଚନା ମିଳିଛି । ଆଗାମୀ ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ସେମାନଙ୍କୁ ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ସମ୍ୱର୍ଦ୍ଧିତ କରିବେ । ଏଥିଲାଗି ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ଦୁଇ ନବମ ଶ୍ରେଣୀ ଛାତ୍ରୀଙ୍କୁ ସମ୍ମାନିତ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଅଧିକାରୀ ପ୍ରଭାସ ଦାସ । ଏନେଇ ଦୁଇ ସାହସୀ ନାବାଳିକାଙ୍କ ପରିବାରକୁ ଖୁବ୍ ଶୀଘ୍ର ସୂଚିତ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।
ଗତ ୪ ବର୍ଷ ମଧ୍ୟରେ କେନ୍ଦ୍ରାପଡା ଜିଲ୍ଲାର ୪ ଜଣ ଏହି ଜାତୀୟ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହେଲେଣି । ୨୦୧୮ରେ ରାଜନଗର ବ୍ଲକ୍ କଣ୍ଡିରାର ସିତୁ ମଲିକ, ବାଙ୍କୁଆଳ ଗ୍ରାମର ମମତା ଦଳାଇ ଅପୂର୍ବ ସାହସିକତା ଦେଖାଇ ଜାତୀୟ ସାହସିକତା ପୁରସ୍କାର ପାଇଥିଲେ । ସ୍ମରଣଯୋଗ୍ୟ, ଗତ ଜାନୁଆରୀ ୨ ତାରିଖରେ କୁଜଙ୍ଗ ବ୍ଲକ ହଂସିଣା ବ୍ଲକରୁ ୫୦ରୁ ଊଦ୍ଧ୍ୱର୍ ଲୋକ ହୁକିଟୋଲାକୁ ବଣଭୋଜି କରିବାକୁ ଯାଇଥିଲେ । ବଣଭୋଜି କରି ଫେରୁଥିବାବେଳେ ମହାନଦୀର ଶାଖା ନଦୀ ଖୋଳା/ଗଳିଆନଈର ବତୀଘର ପଞ୍ଚାୟତ ନିପାଣିଆଠାରେ ଡଙ୍ଗାବୁଡ଼ି ୭ ଶିଶୁଙ୍କ ସହ ୧୦ ଜଣ ଯାତ୍ରୀ ସଳିଳ ସମାଧି ନେଇଥିଲେ । ବିପତ୍ତିରୁ ବର୍ତ୍ତିଯାଇଥିଲେ ୩୫ ଜଣ ଯାତ୍ରୀ । ଏହି ଡଙ୍ଗା ବୁଡି ବେଳେ ପରୀ ବା ଦେବଦୂତ ସାଜିଥିଲେ ଦୁଇ ଭଉଣୀ । ବତୀଘର ହାଇସ୍କୁଲରେ ୯ ମ ଶ୍ରେଣୀରେ ପଢୁଥିବା ଦୁଇ ଝିଅ ସବିତା ଏବଂ ପୂର୍ଣ୍ଣିମା ଡଙ୍ଗାବୁଡ଼ି ପରେ ଲୋକଙ୍କ ଚିକ୍ରାର ଶୁଣି ଘଟଣାସ୍ଥଳରେ ପହଞ୍ଚôଥିଲେ । ଶୀତ କାକରକୁ ଖାତିର ନକରି ଅକାତକାତ ବରଫ ସଦୃଶ ପାଣିରେ ପଶି ଜଣଙ୍କ ପରେ ଜଣେ ଯାତ୍ରୀଙ୍କୁ ଉଦ୍ଧାର କରି ସେମାନେ କୂଳକୁ ଆଣିଥିଲେ । ଖବର ପାଇ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚôବା ଆଗରୁ ପ୍ରାୟ ସମସ୍ତ ଯାତ୍ରୀଙ୍କୁ ସେମାନେ ସୁରକ୍ଷିତ ଭାବେ କୂଳକୁ ଟାଣି ଆଣି ନିଅାଁ ପୁଅାଁଇବାର ବ୍ୟବସ୍ଥା କରିଥିଲେ । ଅନ୍ଧାର ରାତିର ଦୁଇ “ଉଦ୍ଧାରକାରୀ ପରୀ’ଙ୍କ ସାହସିକତାକୁ ସେତେବେଳେ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଥିଲା । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଡାକାଇ ସେମାନଙ୍କ ସାହସିକତାର ପ୍ରଶଂସା କରିବା ସହ ସମ୍ୱର୍ଦ୍ଧିତ କରିଥିଲେ । ପରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ତରଫରୁ ସେମାନଙ୍କୁ ସାହସିକତା ପୁରସ୍କାର ପ୍ରଦାନ ଲାଗି ସୁପାରିସ କରାଯାଇଥିଲା ।
Comments are closed, but trackbacks and pingbacks are open.