ନୀଳଗିରି,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ କାଠସଙ୍ଗଡ଼ା ଗ୍ରାମର ତେମୁହାଣି ଠାରେ ଅଭାବନୀୟ ଘଟଣା ଘଟିଛି । ବୁଢ଼ାବଳଙ୍ଗ, ସୋନ ଓ ଗଙ୍ଗାହାର ନଦୀର ମିଳନ ସ୍ଥଳ ତେମୁହାଣିକୁ ବଣଭୋଜି ଉଦେ୍ଧଶ୍ୟରେ ୫ଜଣ ଇଞ୍ଜିନିୟରିଂ ଛାତ୍ର ଆସିଥିଲେ । ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ୩ଜଣ ପାଣିରେ ବୁଡ଼ି ନିଖୋଜ ହୋଇଯାଇଥିଲେ । ଏ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ୨ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଅନ୍ୟ ପକ୍ଷରେ ୨ ଛାତ୍ର ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ନୀଳଗିରି ଅଞ୍ଚଳର ୫ଜଣ ଇଞ୍ଜିନିୟରିଂ ଛାତ୍ର ସୋମବାର ଦିନ ୨ଟା ବେଳେ ରେମୁଣା କାଠସଙ୍ଗଡ଼ା ସ୍ଥିତ ତେମୁହାଣି ନଦୀ ପାଖକୁ ବଣ ଭୋଜି କରିବାକୁ ଯାଇଥିଲେ । ପ୍ରସ୍ତୁତ କରି ଆଣିଥିବା ଖାଦ୍ୟ ନଦୀ ପଠାରେ ରଖି ଗାଧୋଇବାକୁ ଯାଇଥିବା ବେଳେ ଗଭୀର ଗଣ୍ଡରେ ୩ଜଣ ଛାତ୍ର ବୁଡ଼ି ଯାଇଥିଲେ । ସ୍ଥାନୀୟ ଗ୍ରାମବାସୀ ଘଟଣା ଜାଣିବା ପରେ ୨ଜଣକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ମୃତ ଛାତ୍ର ୨ ଜଣ ହେଲେ ନୀଳଗିରି କଦମ୍ବସାହିର ଶଚୀନ୍ଦ୍ର ପତିଙ୍କ ପୁତ୍ର ଅଙ୍କିତ (୧୯) ଏବଂ ମିରିଗିଣିର ମୁକ୍ତି ମିଶ୍ରଙ୍କ ପୁତ୍ର ମୃତୁ୍ୟଞ୍ଜୟ (୨୪) । ନିଖୋଜ ଥିବା ଅନ୍ୟ ଜଣେ ନୀଳଗିରି କଦମ୍ବସାହିର ବିଜୁ ନାୟକଙ୍କ ପୁତ୍ର ପୀୟୁଷ ପ୍ରତୁ୍ୟଷ (୧୯) । ଅଳ୍ପକେ ବର୍ତ୍ତିଯାଇଥିବା ଛାତ୍ର ହେଲେ ବାହାନଗା ଗୋପାଳପୁର ଅଞ୍ଚଳର ଜ୍ୟୋତିର୍ମୟ ଦାଶ (୧୯) ଓ ଔପଦା ବ୍ଲକ ନରସିଂହପୁର ଗ୍ରାମର ରଞ୍ଜନ କୁମାର ସଲ (୧୮) । ଖବର ପାଇ ଉପଜିଲ୍ଲାପାଳ ଈଶ୍ୱର ପ୍ରଭାକର ପାଟିଲ, ରେମୁଣା ତହସିଲଦାର ଚାର୍ଲସ ନାୟକ, ରେମୁଣା ଥାନାର ସମସ୍ତ ଅଧିକାରୀ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
Comments are closed, but trackbacks and pingbacks are open.