ଦୁଇ ଶ୍ରମିକଙ୍କ ଉପରେ ଚଢ଼ିଗଲା କାର୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦୁଇଟି ପୃଥକ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ଦୁଇ ଜଣ ପ୍ରବାସୀ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ଗୋଟିଏ ଘଟଣା ହରିଆଣାରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ଉତ୍ତର ପ୍ରଦେଶରେ । ମଙ୍ଗଳବାର ସକାଳେ ହରିଆଣାର ଆମ୍ବାଲାରେ ଜଣେ ପ୍ରବାସୀ ଶ୍ରମିକଙ୍କ ଉପରେ କାର ଚଢ଼ି ଯାଇଥିଲା । ସେ ବିହାର ବାସିନ୍ଦା ଥିଲେ । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଏ ଦୁଇ ଜଣ ଚାଲି ଚାଲି ଯାଉଥିବା ବେଳେ କାର୍ଟି ସେମାନଙ୍କୁ ଧକ୍କା ଦେଇଥିଲା । ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କାର୍ଟିକୁ ପୋଲିସ ଜବତ କରିଛି । ସେହିପରି ସୋମବାର ସନ୍ଧ୍ୟାରେ ଉତ୍ତର ପ୍ରଦେଶର ରାଏବରେଲିରେ କାର୍ ଧକ୍କାରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ତାଙ୍କ ନାଁ ଶିବ କୁମାର ଦାସ । ସେ ବିହାରର ବାସିନ୍ଦା ଥିଲେ । ତାଙ୍କୁ ମାତ୍ର ୨୫ ବର୍ଷ ହୋଇଥିଲା । ଲକ୍ଡାଉନ୍ ଯୋଗୁ ସେ ପଶ୍ଚିମ ଉତ୍ତର ପ୍ରଦେଶର ବୁଲନ୍ଦଶହରରୁ ସାଇକେଲ ଯୋଗେ ଆଉ କିଛି ଲୋକଙ୍କ ସହିତ ନିଜ ଗାଁକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons