ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ୍

Get real time updates directly on you device, subscribe now.

ବିରିଡି,(ବି.ବି.ନୁ୍ୟଜ୍): ବିରିଡି ବ୍ଲକର ବଡ ଖଣ୍ଡାଇତା ପିଏଚ୍ଠାରେ ରେଳରୋକ ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଯାତ୍ରୀମାନେ ପାରାଦୀପ-ଭଦ୍ରକ ପାସେଞ୍ଜର ଟ୍ରେନ୍କୁ ଅଟକାଇ ରେଳରୋକ ଆନେ୍ଦାଳନ କରୁଥିବା ବେଳେ ବିପରୀତ ଦିଗରୁ ପୁରୀ-ପାରାଦୀପ ଇଣ୍ଟରସିଟି ପାସେଞ୍ଜର ଟ୍ରେନ ଆସୁଥିବା ଦେଖି ରେଳ ଧାରଣାରେ ଲୁହା ଖଣ୍ଡ ରଖିଦେଇଥିଲେ । ଏହି ଲୁହା ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ଟ୍ରେନ୍ ସହ ଘୋଷାରି ହୋଇଯାଇଥିଲା ଏବଂ ପ୍ରଚଣ୍ଡ ଶବ୍ଦ କରିଥିଲା । ତେବେ ଟ୍ରେନ୍ର ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ବ୍ରେକ୍ ଚାପି ଦେବାରୁ ନିଶ୍ଚିତ ଦୁର୍ଘଟଣାରୁ ଟ୍ରେନ୍ ରକ୍ଷା ପାଇଯାଇଥିଲା ।
ପାରାଦୀପ-ଭଦ୍ରକ ଯାତ୍ରୀବାହୀ ଟ୍ରେନ ପାରାଦୀପରୁ ବାହାରି କଟକରେ ପହଂଚିବାକୁ ଅହେତୁକ ବିଳମ୍ୱ କରୁଥିବା , ଯିବା ବାଟରେ ବିଭିନ୍ନ ଷ୍ଟପେଜରେ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଥିବାରୁ ଯାତ୍ରୀମାନେ ଠିକ ସମୟରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁ ନାହାନ୍ତି । ଏଥିପାଇଁ ଯାତ୍ରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେବା ସହ ଏହାର ପ୍ରତିବାଦରେ ସେମାନେ ଉକ୍ତ ଟ୍ରେନରୁ ବଡଖଣ୍ଡାଇତା ପିଏଚ୍ଠାରେ ଓହ୍ଲାଇ ଏହାକୁ ଅଟକାଇ ବିକ୍ଷୋଭ କରିଥିଲେ । ଏହି ସମୟରେ ପୁରୀ-ପାରାଦୀପ ଇଣ୍ଟରସିଟି ଯାତ୍ରୀବାହୀ ଟ୍ରେନ କଟକରୁ ପାରାଦୀପ ଅଭିମୁଖେ ଆସୁଥିବା ବେଳେ ସେମାନେ ଟ୍ରେନକୁ ଦେଖି ହଠାତ ଉତ୍କ୍ଷିପ୍ତ ହୋଇ ଯାଇଥିଲେ । କିଛି ଯାତ୍ରୀ ରେଳ ଧାରଣା ପାର୍ଶ୍ୱରେ ପଡିଥିବା ଲୁହାଖଣ୍ଡଗୁଡିକୁ ଲାଇନ ଉପରେ ଲମ୍ୱା ଭାବରେ ରଖିଦେଇଥିଲେ । ତେବେ ଡ୍ରାଇଭର ବ୍ରେକ୍ ମାରି ଟ୍ରେନ୍କୁ ଅଟକାଇ ଦେବାରୁ ଏକ ବଡ଼ ଧରଣର ଦୁର୍ଘଟଣା ଟଳି ଯାଇଥିଲା । ଟ୍ରେନ ରହିଯିବା ପରେ କେତେକ ଯାତ୍ରୀ ଗାଡ଼ି ଉପରକୁ ଢେଲା ପଥର ପକାଇବା ସହ ଡ୍ରାଇଭରଙ୍କ ଉପରକୁ ହାତ ଉଠାଇବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଣେ ଯାତ୍ରୀ ଏହି ଘଟଣାର ଫଟୋ ନିଜ ମୋବାଇଲରେ ଉଠାଉଥିବା ବେଳେ ସେ ମଧ୍ୟ ଯାତ୍ରୀଙ୍କ ଆକ୍ରୋଶର ଶିକାର ହୋଇଥିବା ଜଣାପଡିଛି । ରେଳ ରୋକ ୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲେ ମଧ୍ୟ ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ କିମ୍ୱା ରେଳବାଇ ପୁଲିସ ପହଞ୍ଚି ନ ଥିଲେ । ତେବେ ଉକ୍ତ ଟ୍ରେନରେ ଯାତ୍ରା କରୁଥିବା ଜଣେ ରେଳବାଇ ପୁଲିସ ଓ ରେଳ ଡ୍ରାଇଭରମାନେ ସମସ୍ତଙ୍କୁ ବୁଝାଶୁୁଝା କରିବାରୁ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିଲା । ତେବେ ଆଜିର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଅଭାବନୀୟ କାଣ୍ଡ ଘଟାଇଥିବା ସଂପୃକ୍ତ ଯାତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ କରାଯିବାକୁ ଏବଂ ବଡ଼ ଖଣ୍ଡାଇତାଠାରେ ରେଳବାଇ ପୁଲିସ ମୁତୟନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons