ଦୁର୍ଘଟଣାରୁ ବର୍ତ୍ତିଲେ ୯ ପର୍ଯ୍ୟଟକ

Get real time updates directly on you device, subscribe now.

ବ୍ରହ୍ମପୁର: ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ୯ ପର୍ୟ୍ୟଟକ । ଗୋପାଳପୁର ସମୁଦ୍ରରେ ଗୁରୁବାର ପ୍ଲେଇଂ ବୋଟ୍ ଓଲଟି ପଡିବା ଫଳରେ ୯ ଜଣ ପର୍ୟ୍ୟଟକ ବୁଡି ଯାଇଥିଲେ । ତେବେ କୋଷ୍ଟ୍ ଗାର୍ଡ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ୯ ପର୍ୟ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ଗୋପାଳପୁର ପୋଲିସ ପହଞ୍ଚି ତଦନ୍ତ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଗୁରୁବାର ଅପରାହ୍ନରେ ସ୍ଥାନୀୟ ବାସିନ୍ଦା ଓ ପର୍ୟ୍ୟଟକ ୯ ଜଣ ଉକ୍ତ ରବର ବୋଟ୍‌ରେ ବସି ସମୁଦ୍ର ଭିତରକୁ ଯାଇଥିଲେ । ସମୁଦ୍ରରେ ବୁଲି ଫେରିଲା ବେଳକୁ ଉପକୂଳରୁ ୬୦/୭୦ ମିଟର ଦୂରରେ ବୋଟ୍‌ ଓଲଟି ଯାଇଥିଲା । ଜୋର୍‌ ପବନ ଯୋଗୁଁ ସମୁଦ୍ର ଅଶାନ୍ତ ଥିବାରୁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଘଟଣା ଘଟିବା ପରେ ପରେ ସୁରକ୍ଷା ଟିମ୍‌ ସମୁଦ୍ର ଭିତରୁ ସମସ୍ତ ୯ ଜଣଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons