ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଥାନା ତାରାଗାଁ ନିକଟ ୨୬ ନଂ ଜାତୀୟ ରାଜପଥର ଶାଳବଣ ନିକଟରେ ଆଜି ଦୁଇଟି ବାଇକ୍ ପରସ୍ପର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଜଣଙ୍କ ମୃତୁ୍ୟ ଘଟିଥିବା ବେଲେ ଆଉ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଶରଣପୁର ଗାଁର ଅଶୋକ ଭତ୍ରା (୨୨) ଓ ଆହତ ଦୁଇଜଣ ହେଉଛନ୍ତି ଦାର୍ନାବେଡା ଗାଁର ସୁନାଧର ଭତ୍ରା ଓ ମଦନ ଭକ୍ତ । ବୁଧବାର ସନ୍ଧ୍ୟା ସାଢେ ୬ଟାରେ ଶରଣପୁର ଗାଁର ଅଶୋକ ଏକ ବାଇକ୍ରେ ନବରଙ୍ଗପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ରେ ସୁନାଧର ଓ ମଦନ ସେମାନଙ୍କ ଗାଁକୁ ଫେରୁଥିଲେ । ଶାଳବଣ ନିକଟରେ ଉଭୟ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ଅଶୋକଙ୍କ ମୃତୁ୍ୟ ଘଟିଥିଲା । ନବରଙ୍ଗପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଗୁରୁତର ଆହତଙ୍କୁ ସଦର ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons