ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀ ମୃତ

Get real time updates directly on you device, subscribe now.

ରାୟଗଡ଼ା: ଶେଷଖାଲ ଥାନା ପିତାମହଲ ନିକଟରେ ଶୁକ୍ରବାର ରାତିରେ ଏକ ଟ୍ରକ୍ ସହ ଧକ୍କା ଖାଇ ଦୁଇଜଣ ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ ରାୟଗଡ଼ା ସହର ରୟତକୋଲନିର ମୁନା ଝୋଡ଼ିଆ ଏବଂ ଲଦ କୁଲେସିକା । ଆହତ ଜଣକ ହେଲେ ତେନ୍ତୁଳିଗୁଡ଼ା ଗାଁର ବିଜୟ ଜାନୀ । ଘଟଣାରୁ ପ୍ରକାଶ ଯେ, ଏହି ୩ ଜଣ ଯୁବକ ଶୁକ୍ରବାର ରାତିରେ ରାୟଗଡ଼ା ସହରରୁ ଏକ ବାଇକ ଯୋଗେ ତେନ୍ତୁଳିଗୁଡ଼ା ଗାଁକୁ ଯାଉଥିଲେ । ଯିବାବେଳେ ପିତାମହଲ ଗାଁ ପୂର୍ବରୁ ଶିଳ୍ପାଞ୍ଚଳ ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତୁ୍ୟ ଘଟିଥିଲା ଓ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ । ରାୟଗଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ହେଲେ ସେଠାରେ ଡ଼ାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ଆହତ ବିଜୟଙ୍କ ଚିକିତ୍ସା ଜାରି ରହିଛି । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ପହଞ୍ଚିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଡ଼ାକ୍ତର କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons