ଘଟଗାଁ,(ବି.ବି.ନୁ୍ୟଜ): କେନ୍ଦୁଝର ଘଟଗାଁ ନିକଟସ୍ଥ ଗୁଣ୍ଡିଚାଘାଗୀ ବୁଲିବାକୁ ଆସି ଫେରୁଥିବା ବେଳେ ଦୁଇ ସାଙ୍ଗ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତ ଯୁବକମାନେ ହେଲେ ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ପ୍ରସନ୍ନ ମଲ୍ଲିକ(୧୯) ଏବଂ ନାୟକାଣିଡିହି ଥାନା ଅଧୀନ ବାସୁଦେବପୁର ଗ୍ରାମର ଧର୍ମପଦ ମଲିକ(୧୯) । ମଦ୍ୟପାନ କରି ଗାଡି ଚଳାଇବା ଯୋଗୁ ଦୁର୍ଘଟଣା ଘଟିଥିବା ଜଣାପଡିଛି ।
ଖବର ଅନୁସାରେ, ଭଦ୍ରକ ଜିଲ୍ଲା ଅଞ୍ଚଳର ଦୁଇ ଯୁବକ ପ୍ରସନ୍ନ ଏବଂ ଧର୍ମପଦ ମଙ୍ଗଳବାର ସକାଳୁ ଏକ ବୁଲେଟ୍(ଓଡି୨୨ଏସ୦୯୦୨) ଯୋଗେ ଘଟଗାଁ ନିକଟସ୍ଥ ଗୁଣ୍ଡିଚାଘାଗୀ ବୁଲିବାକୁ ଆସିଥିଲେ । ଦିନ ପାଖାପାଖି ୧.୩୦ରେ ଗୁଣ୍ଡିଚାଘାଗୀରୁ ଫେରିଥିଲେ । ସେଠାରୁ ମାତ୍ର ୩କିମି ଦୂର ବଣଚକୁଳିଆ ନିକଟରେ ହଠାତ୍ ଭାରସାମ୍ୟ ହରାଇବାରୁ ବାଇକ୍ ଏକ ଗଛରେ ପିଟି ହୋଇ ଯାଇଥିଲା । ଦୁଇ ସାଙ୍ଗ ରାସ୍ତା ଉପରେ ଛିଟିକି ପଡିଥିଲେ । ଉଭୟଙ୍କ ମୁଣ୍ଡ ଏବଂ ଶରୀରର ଅନ୍ୟ ଅଂଶରେ ମାଡ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକଙ୍କଠୁ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଘଟଗା ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଘଟଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିଲେ । ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଘଟଗାଁ ଥାନା ଏସ୍ଆଇ ମାନସ ରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ବୁଲେଟ୍ ଜବତ କରି ଥାନାକୁ ଆଣିଛନ୍ତି । ମୃତକଙ୍କ ପରିବାରକୁ ଦୁର୍ଘଟଣା ସମ୍ପର୍କରେ ଜଣାଇବା ସହିତ ମୃତଦେହ ଗୁଡିକୁ ଘଟଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ବୁଧବାର ଆନନ୍ଦପୁର ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
Comments are closed, but trackbacks and pingbacks are open.