ନବରଙ୍ଗପୁର: ସଡ଼କ ଦୁର୍ଘଟଣାରେ ନବରଙ୍ଗପୁର ସହରର ବିଶିଷ୍ଟ ବିଜେଡି କର୍ମୀ ଉମେଶ ପଟ୍ଟନାୟକ(୪୩)ଙ୍କ ମୃତୁ୍ୟ ହୋଇଛି । ଶୁକ୍ରାବର ଚରକବନ ନିକଟରେ ବାଇକ୍ ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋରାପୁଟ ଏବଂ ପରେ କଟକ ଡାକ୍ତରଖାନା ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ରବିବାର ସକାଳ ସାଢେ଼ ୮ଟାରେ ତାଙ୍କର ମୃତୁ୍ୟ ହୋଇଥିଲା । ତାଙ୍କ ବିୟୋଗରେ ବିଜେଡି ସଂଗଠନ ପକ୍ଷରୁ ଶୋକ ପ୍ରକାଶ ପାଇଛି । ବିଜେଡିର ଜଣେ ନିÂାପର କର୍ମୀ ଭାବେ ଲୋକଙ୍କ ପାଇଁ ସେ ସବୁବେଳେ କାମ କରୁଥିଲେ । ଏଣୁ କେବଳ ବିଜେଡି ସମେତ ବିଭିନ୍ନ ଦଳ ପକ୍ଷରୁ ଉମେଶଙ୍କ ସ୍ମୃତିରେ ଶୋକବ୍ୟକ୍ତ କରାଯାଇଛି । ଉମେଶଙ୍କ ବିୟୋଗରେ ବିଜେଡିର ସାଧାରଣ ସମ୍ପାଦକ ଆଶିଷ ରଞ୍ଜନ ପଟ୍ଟନାୟକ, ସଚ୍ଚିଦାନନ୍ଦ ସ୍ୱାଇଁ, ଭୁବନେଶ୍ୱର ଦାସ, ସନ୍ତୋଷ ମିଶ୍ରଙ୍କ ସମେତ ବିଜେଡିର ବରିÂ ନେତାମାନେ ମୃତ ଉମେଶଙ୍କ ପରିବାରକୁ ସମବେଦନା ଜଣାଇବା ସହ ଉମେଶଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି । କଟକରୁ ଶବ ପହଞ୍ଚିବା ପରେ ନବରଙ୍ଗପୁରଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି ।
ରିପୋର୍ଟ ଗଗନ ଗନ୍ତାୟତଙ୍କଠାରୁ
Comments are closed, but trackbacks and pingbacks are open.