ଦୁର୍ଘଟଣାରେ ଶାଶୂ ମୃତ, ଜ୍ୱାଇଁ ଗୁରୁତର

Get real time updates directly on you device, subscribe now.

କଣ୍ଟାମାଳ, (ବି.ବି.ନୁ୍ୟଜ୍): କଣ୍ଟାମାଳ-ମନମୁଣ୍ଡା ୪୧ନଂ ରାଜ୍ୟରାଜପଥର ବଡ଼କୁଶଙ୍ଗ ଜଙ୍ଗଲ ପାଖ ମେଟାକାନୀ ମନ୍ଦିର ନିକଟରେ ଆଜି ଏକ ଚଳନ୍ତା ବାଇକ୍ ଉପରକୁ ମାଙ୍କଡ଼ ଡେ଼ଇଁବା ଫଳରେ ଦୁର୍ଘଟଣା ଘଟିଛି । ଏଥିରେ ଚାଳକ ଗୁରୁତର ଥିବା ବେଳେ ତାଙ୍କ ଶାଶୂଙ୍କ ମୃତୁ୍ୟ ହୋଇଛି । ମୃତକ ହେଲେ କଣ୍ଟାମାଳ ପଞ୍ଚାୟତ ଗଡ଼ିଆଯୋର ଗାଁର ରମାକାନ୍ତ ଦୀପ(୨୮)ଙ୍କ ଶାଶୂ ଗୁଲାପି ପାଣ୍ଡେ(୬୦) ।
ସୂଚନାମତେ ଆଜି ସକାଳୁ କଣ୍ଟାମାଳ ପଞ୍ଚାୟତ ଗଡ଼ିଆଯୋର ଗାଁର ରମାକାନ୍ତ ଶାଶୂ ଗୁଲାପିଙ୍କୁ ବାଇକ୍ରେ ନେଇ ବ୍ରାହ୍ମଣିପାଲି ଗାଁକୁ ଯାଉଥିବା ବେଳେ ବଡକୁଶଙ୍ଗ ଜଙ୍ଗଲ ପାଖ ମା’ ମେଟାକାନୀ ମନ୍ଦିର ମଝିରେ ଏକ ମାଙ୍କଡ ତାଙ୍କ ଉପରକୁ ହଠାତ୍ ଡେଇଁ ପଡିଥିଲା । ଭାରସାମ୍ୟ ହରାଇ ଜ୍ୱାଇଁ ଶାଶୂ ଦୁହେଁ ଛିଟିକି ପଡ଼ିଥିଲେ । ଏଥିରେ ଗୁଲାପିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ମୁହଁ ଏବଂ ନାକ କାନରୁ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ଏକ ଅଟୋରେ ଉଭୟଙ୍କୁ କଣ୍ଟାମାଳ ଡାକ୍ତରଖାନାକୁ ପଠାଇଥିଲେ । କଣ୍ଟାମାଳ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଗୁଲାପିଙ୍କ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ବୁର୍ଲା ଯିବା ବାଟରେ ସୋନପୁର ଡାକ୍ତରଖାନାରେ ଗୁଲାପିଙ୍କ ମୃତୁ୍ୟ ହୋଇଛି । ସେହିପରି ରମାକାନ୍ତଙ୍କ ଦୁଇ ହାତରେ ମଧ୍ୟ ଆଘାତ ଲାଗିଛି । ବଡକୁଶଙ୍ଗ ଜଙ୍ଗଲରେ ଦିନକୁ ଦିନ ମାଙ୍କଡ଼ ଉତ୍ପାତ ବଢି ଚାଲିଥିବା ବେଳେ ଅନେକ ସମୟ ଦୁର୍ଘଟଣା ଘଟୁଛି । ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons