ଖଲିକୋଟ, (ବି.ବି.ନୁ୍ୟଜ୍): ଏକ ଦୁର୍ଘଟଣାରେ ସମ୍ମୁଖୀନ ହୋଇ ରୋଗ ଶଯ୍ୟାରେ ପଡ଼ି ଯନ୍ତ୍ରଣା ଭୋଗୁଛନ୍ତି ଖଲିକୋଟ ହରିଡ଼ାମୂଳ ଗ୍ରାମର ଧନୁଶର ମୁଦି । ଦୀର୍ଘ ଦିନ ହେଲା ବ୍ରଜରାଜପୁର ଗ୍ରାମରୁ ଆସି ହରିଡ଼ାମୂଳ ଗ୍ରାମରେ ବଡ଼ଘାଟି ତଳେ ଏକ ଭଙ୍ଗା ଦଦରା ଘରେ ରହୁଥିଲେ । ଧନୁଶର ଜଣେ ସିମେଣ୍ଟ ନନ୍ଦ କାରିଗର । ଫାସୁଳା ନିକଟରେ ଏକ ସିମେଣ୍ଟ ତିଆରି ନନ୍ଦ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ଗତ ୨୦୧୭ ମାଚ୍ଚ ୧୭ରେ ଏକ ସାଇକେଲ ଯୋଗେ ଭେଜିପୁଟ ଅଭିମୁଖେ ଯାଉଥିବା ସମୟରେ କେଶପୁର ଛକ ନିକଟରେ ପଛପଟୁ ଏକ ବୋଲେରୋ ଧକ୍କା ଦେଇଥିଲା । ଗୁରୁତର ଆହତ ଧନୁଶର ମୁଦିଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦିନ କୋମାରେ ରହିବା ପରେ ଭୁବନେଶ୍ୱରର ଅନ୍ୟ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ପରେ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲେ । ପତ୍ନୀ ପ୍ରତିମା ଧର କରଜ କରି ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ସର୍ବସ୍ୱାନ୍ତ ହେବାରୁ ସ୍ୱାମୀଙ୍କୁ ଘରକୁ ଫେରାଇ ଆଣିଥିଲେ । ଏବେ ବି ସେ ଚାଲି ପାରୁନାହାନ୍ତି କି ପାଟି ଖୋଲୁନି । ସ୍ୱାମୀଙ୍କ ସେବାରେ ପତ୍ନୀ ସୁଷମା ସମୟ ଦେଉଛନ୍ତି । ଏଣୁ କାମ କରିବାରୁନାହାନ୍ତି । ପିଲାମାନେ ଭୋକ ଓପାସରେ । ଷÂରେ ପଢ଼ୁଥିବା ଝିଅ ସୋନାଲି ଓ ତୃତୀୟ ପଢ଼ୁଥିବା ପୁଅ ଓମ୍ ପାଠପଢ଼ାରେ ଡୋରି ବାନ୍ଧିଲେଣି । ରାସନ କାର୍ଡରେ ଚାଉଳ ମିଳୁଥିଲା । କିନ୍ତୁ ଧନୁଶରଙ୍କ ଆଧାର କାର୍ଡ ନଥିବାରୁ ୨ ମାସ ହେଲା ୫ କିଲୋ ଚାଉଳ କାଟି ଦିଆଯାଇଛି । ଏପର୍ଯ୍ୟନ୍ତ ତାଙ୍କୁ କୌଣସି ସରକାରୀ ସହାୟତା ମିଳିନି । ଧନୁଶରଙ୍କ ଚିକିତ୍ସା ନିମନ୍ତେ ସରକାର କିମ୍ବା ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପରିବାର ଲୋକ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.