ଦୁର୍ଦ୍ଦାନ୍ତ ଅପରାଧୀ ‘ଅଗ୍ନି’କୁ ତଡ଼ିପାର ନୋଟିସ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦୁର୍ଦ୍ଦାନ୍ତ ଅପରାଧୀ ଖଣ୍ଡଗିରି ଥାନା ଅନ୍ତର୍ଗତ ସରକନ୍ତରାର ଅଗ୍ନି ଓରଫ ବିକେ କ୍ରିତେଶ୍ୱର ଷଢ଼ଙ୍ଗୀ(୨୧)କୁ କମିଶନରେଟ୍ ପୁଲିସ ତଡ଼ିପାର ନୋଟିସ୍ ଜାରି କରିଛି । ଆସନ୍ତା ୨୨ ତାରିଖ ସୁଦ୍ଧା ସନ୍ତୋଷଜନକ ଉତ୍ତର ନଦେଲେ ୧୫ ଦିନ ଭିତରେ କମିଶନରେଟ୍ ପୁଲିସ ଅଞ୍ଚଳ ଛାଡ଼ି ଯିବାକୁ ପୁଲିସ କମିଶନର ଡ. ସତ୍ୟଜିତ ମହାନ୍ତି ଏହି ନୋଟିସ୍ ଜାରି କରିଛନ୍ତି । ତଡ଼ିପାର ବର୍ଷେ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ଅଗ୍ନି କମିଶନରେଟ୍ ପୁଲିସ ଅଞ୍ଚଳକୁ ଫେରିଲେ ତା’ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଗ୍ନିର ଅପରାଧ ଜନିତ କାର୍ଯ୍ୟକଳାପ ଓଡ଼ିଶା ଅର୍ବାନ ପୁଲିସ ୨୦୦୭ର ଧାରା ୮ ମୁତାବକ ଦଫା ୪୬(ଏ)(ବି)ରେ ଗ୍ରହଣ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଅଗ୍ନି ନାମରେ ପୁଳାପୁଳା ଅପରାଧିକ ମାମଲା ରହିଛି । ଲୁଟ୍ପାଟ ଠାରୁ ଆରମ୍ଭ କରି ବୋମାମାଡ଼, ପୋଡ଼ାଜଳା, ଫାୟରିଂ, ଦାଦାବଟି ଆଦାୟ ଓ ହତ୍ୟା ଉଦ୍ୟମ ଭଳି ବହୁ ସଙ୍ଗୀନ ମାମଲା ରହିଛି । ଅଗ୍ନି ଆତଙ୍କରେ ରାଜଧାନୀବାସୀ ଅତିଷ୍ଠ ହୋଇ ପଡ଼ିଥିଲେ । ଗତ ୩ ବର୍ଷରେ ଅଗ୍ନିର ଅପରାଧିକ ତାଲିକାକୁ ଦେଖି ସାଧାରଣ ଲୋକଙ୍କ ଧନଜୀବନ ନିରାପତ୍ତା ଦୃଷ୍ଟିରୁ ପୁଲିସ କମିଶନର ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଇନ ଅନୁଯାୟୀ ଚଳିତ ମାସ ୨୨ ତାରିଖ ସୁଦ୍ଧା ଅଗ୍ନିକୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଦେବା ପାଇଁ ମହଲତ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons