ଦୁର୍ଦ୍ଦାନ୍ତ ମାଓନେତା ନବୀନ ଦଳରୁ ବହିଷ୍କୃତ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନ୍ୟୁଜ୍): ଆନ୍ଦ୍ର-ଓଡିଶା ବୋର୍ଡର ଜୋନାଲ କମଟି ସଦସ୍ୟ ତଥା ଗାଳିକୋଣ୍ଡା ମାଓବାଦୀ ଦଳମ୍ ସଚିବ ଦୁର୍ଦ୍ଦାନ୍ତ ମାଓନେତା ନବୀନଙ୍କୁ ସଂଗଠନରୁ ବହିଷ୍କୃତ କରାଯାଇଛି । ଦଳରେ ରହି ମାଓବାଦୀ ବିରୋଧୀ ଆଚରଣ, ଆଦିବାସୀ ମହିଳା ଓ ଯୁବତୀଙ୍କ ପ୍ରତି ଅସଦାଚାରଣ, ଅତ୍ୟଧିକ ଜିଦ୍ଖୋର ମନୋଭାବ, ଆଦିବାସୀଙ୍କୁ ନିର୍ଯାତନା ଦେବା ଭଳି ସଙ୍ଗୀନ ଅଭିଯୋଗ ଆଣି ଶନିବାର ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଏକ ପ୍ରେସ ବିବୃତିରେ ଆନ୍ଧ୍ର-ଓଡିଶା ସ୍ୱତନ୍ତ୍ର ବୋର୍ଡର ଜୋନାଲ କମଟି ମୁଖ୍ୟ ଗଣେଶ ସୂଚନା ଦେଇଛନ୍ତି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ରହି ନବୀନ ଦଳ ପାଇଁ କାମ କରୁଥିଲେ । ବିଶେଷ କରି ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ, ଗ୍ରାମବାସୀଙ୍କୁ ହତ୍ୟା, ଲ୍ୟାଣ୍ଡମାଇନ ବିସ୍ଫୋରଣ ସହିତ ଅନେତ ମାଓ ହିଂସାରେ ତାଙ୍କ ସଂପୃକ୍ତି ରହିଥିବା ବେଳେ ତାଙ୍କ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିଣା କରାଯାଇଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons