ଦୁର୍ବୃତ୍ତଙ୍କ ଆକ୍ରମଣରେ ସାମ୍ବାଦିକ ଗୁରୁତର

Get real time updates directly on you device, subscribe now.

କୁନ୍ଦୁରା,(ବି.ବି.ନୁ୍ୟଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୁନ୍ଦୁରା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ସମ୍ବାଦର ଜଣେ ସାମ୍ବାଦିକ । ତାଙ୍କ ନାଁ ଅକ୍ଷୟ ପଟ୍ଟନାୟକ । ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ମାମଲାରେ ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଫାମ୍ପୁଣୀ ଅଞ୍ଚଳର ଶଙ୍କର ପ୍ରଧାନ । ଶୁକ୍ରବାର ରାତିରେ ଘଟିଛି ଏହି ଘଟଣା ।
ପୁଲିସ୍ ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ଦୁଇ ଦୁର୍ବତ୍ତ ମାରଣାସ୍ତ୍ର ଧରି ରାସ୍ତାରେ ବୁଲୁଥିଲେ । ଏହା ଦେଖି ଅକ୍ଷୟ ପ୍ରତିବାଦ କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ଦୁଇ ଦୁର୍ବୃତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର୍ ହୋଇଯାଇଥିଲେ । ଆକ୍ରମଣରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କୁନ୍ଦୁରା ଓ ପରେ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ପରେ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣାରେ ପୁଲିସ୍ ଆକ୍ରମଣରେ ସଂପୃକ୍ତ ଶଙ୍କରକୁ ଡଙ୍ଗରପାଉଁଶୀ ନିକଟରୁ କାବୁ କରିବାରେ ସଫଳ ହୋଇଛି । ଅନ୍ୟଜଣେ ଅଭିଯୁକ୍ତ ଫେରାର୍ ଥିବା ଥାନା ପକ୍ଷରୁ କୁହାଯାଇଛି । ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି ସ୍ୱେଚ୍ଛାସେବୀ ଅନୁÂାନୁ ‘ନିଃସହାୟଙ୍କ ସ୍ୱର’ । ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଲାଗି ଦାବି କରି ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons