ନୀଳଗିରି, (ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଥିବାଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଏହି ଘଟଣାରେ ଗିରଫ ଅଭିଯୁକ୍ତ ଦିନକ ପରେ ଜାମିନରେ ଆସି ବାହାରେ ବୁଲିବା ଘଟଣାକୁ ନେଇ ସମ୍ପୃକ୍ତ ଯୁବତୀ ପୋଲିସ ଉପରକୁ ଅଙ୍ଗୁଳି ନିଦେ୍ର୍ଧଶ କରିଛନ୍ତି । ସୂଚନା ଅନୁଯାୟୀ , ବରହମପୁର ଥାନା ଅଧୀନ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଜଣେ ପ୍ରବାସୀ ଯୁବତୀଙ୍କୁ ଜଣେ ବାହାର ଲୋକ ଆସି ଗତ ୨୬ ତାରିଖରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ସେଠାରେ ରହୁଥିବା ପ୍ରବାସୀ ଅଭିଯୁକ୍ତକୁ ଗଛରେ ବାନ୍ଧି ପିଟିଥିଲେ । ଖବର ପାଇ ପୋଲିସ ପହଞ୍ଚô ଘଟଣାର ତଦନ୍ତ କରି ଉକ୍ତ ଦିନ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଥିଲା । ହେଲେ ଘଟଣାର ଦିନକ ପରେ ଅର୍ଥାତ୍ ୨୭ ତାରିଖରେ ଅଭିଯୁକ୍ତ ଜଣକ ଜାମିନ ପାଇଁ ବାହାରେ ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଯୁବତୀ ଜଣକ ପୋଲିସ ଉପରକୁ ଅଙ୍ଗୁଳି ନିଦେ୍ର୍ଧଶ କରିଛନ୍ତି । ପୋଲିସ ଜାଣିଶୁଣି କୋହଳ ଦଫା ଲଗାଇବା ଯୋଗୁ ଅଭିଯୁକ୍ତ ଜଣକ ଖୁଲମଖୁଲା ବାହାରେ ବୁଲି ପାରୁଥିବା ସେ ଅଭିଯୋଗ କରିଛନ୍ତି । ଫଳରେ ପୋଲିସଠାରୁ ନ୍ୟାୟ ନ ପାଇ ପୀଡିତା ଏବେ ସୋଶାଲ ମିଡିଆ ଜରିଆରେ ନ୍ୟାୟ ଭିକ୍ଷା କରିଛନ୍ତି । ଗୋଟିଏ ଭିଡିଓରେ ଯୁବତୀଜଣକ ନ୍ୟାୟ ଭିକ୍ଷା କରିବା ସହ ଆଉ ଏକ ଭିଡିଓରେଯୁବତୀ ନିଜେ ଅଭିଯୁକ୍ତକୁ ଗଛରେ ବାନ୍ଧି ପିଟୁଥିବାର ଭିଡିଓ ଭାଇରାଲ ହେଉଛି । କ୍ୱାରେଣ୍ଟାଇନ୍ ସେଣ୍ଟରର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି ହୋଇଥିବା ବେଳେ କିପରି ଜଣେ ବାହାର ବ୍ୟକ୍ତି ପଶିଲା ବୋଲି ଯୁବତୀ ଜଣକ ପ୍ରଶ୍ନ କରିଛନ୍ତି ।
Comments are closed, but trackbacks and pingbacks are open.