ଦୁଷ୍କର୍ମ ପରେ ଯୁବତୀଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା ! ମିଳିଲା କ୍ଷତବିକ୍ଷତ ମୃତଦେହ

Get real time updates directly on you device, subscribe now.

ରାଇରଙ୍ଗପୁର : ଅଚିହ୍ନା ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଠାବ ହୋଇଛି । କେହି ଦୁର୍ବୃତ୍ତ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ସାନଦୁନ୍ଦୁ ଗ୍ରାମର ଡୁଙ୍ଗୁରିରେ ଜଣେ ଅଚିହ୍ନା ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ। ଯୁବତୀଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତଦେହ ନିକଟରେ ଥିବା ପଥରରେ ରକ୍ତ ଲାଗିଥିବା ମଧ୍ୟ ଦେଖାଯାଇଛି । ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ଘଟଣାଟି ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଂଚଳରେ ହୋଇଥିବାବେଳେ ଯୁବତୀ ଜଣଙ୍କ ଝାଡ଼ଖଣ୍ଡର ବୋଲି ସନ୍ଦେହ କରାଯାଉଛି ।
ତେବେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ମଧ୍ୟ ସନ୍ଦେହ କରାଯାଉଛି । ଯୁବତୀ ଜଣଙ୍କ କିଏ ଏବଂ ସେ ଏଠାକୁ କେମିତି ଆସିଲେ ତାହା ମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ପ୍ରେମ ସଂପର୍କରୁ ଏଭଳି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ କରାଯାଉଛି ।
ଯୁବତୀଙ୍କ ମୃତଦେହ ମିଳିବା ପରେ ବହଳଦା ପୋଲିସ ଖୋଳତାଡ ଆରମ୍ଭ କରିଛି । ପୋଲିସ ଜିଲ୍ଲାର ସମସ୍ତ ଥାନା ସହ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ବିଭିନ୍ନ ଥାନା ସହ ଯୋଗାଯୋଗରେ ରହିଥିବା ଜଣାପଡିଛି । ଖୁବ ଶୀଘ୍ର ଯୁବତୀଙ୍କ ପରିଚୟ ମିଳିଯିବ ବୋଲି ପୋଲିସ ସୂଚନା ଦେଇଛି । ବହଳଦା ଥାନା ପୋଲିସ ଏବଂ ଏସଡିପିଓ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।
ଅନ୍ୟପଟେ ଘଟଣାର ଅଧିକ ଛାନଭିନ୍ କରିବାକୁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଆସୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons