ଜୟପୁର: ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ମହିଳା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲା ଗଞ୍ଜାମ ଜିଲ୍ଲା ଡାବର ଗାଁର ଲବ ସାହୁ(୨୨) । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଥିବା ଆଇଆଇସି ମମତା ପାଣିଗ୍ରାହୀ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ନାବାଳିକା ଜଣଙ୍କ ସଦର ଥାନା ଅଞ୍ଚଳର । ଲବ ୨ ବର୍ଷ ତଳେ ଗଞ୍ଜାମରୁ ଏଠାକୁ ରୋଜଗାର ଉଦେ୍ଧଶ୍ୟରେ ଆସିଥିଲା । ତା’ର ଭାଇ ମିସ୍ତ୍ରୀ କାମ କରୁଥିବାରୁ ତାଙ୍କ ପାଖେ ଶ୍ରମିକ ଭାବେ କାମ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ପୀଡ଼ିତାର ବାପା ମିସ୍ତ୍ରୀ କାମ କରୁଛନ୍ତି । ଚିହ୍ନା ପରିଚୟ ହେବା ପରେ ଲବ ତା’ର ଭାଇ ପାଖରୁ ଯାଇ ପୀଡ଼ିତାର ବାପା ସହ କାମ କରିଥିଲା । ୬ ମାସ ହେବ ପୀଡ଼ିତାର ଗାଁରେ ଯାଇ ରହିଥିଲା । ନାବାଳିକା ସହ ପ୍ରେମ ସମ୍ପର୍କ ସ୍ଥାପନ କରି ମାସେ ତଳେ ତା’ ଇଚ୍ଛା ବିରୁଦ୍ଧରେ ଦୁଷ୍କର୍ମ କରିଥିଲା । ନାବାଳିକା ବିବାହ କରିବାକୁ ଜିଦ୍ ଧରିବାରୁ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିଥିଲା । ଗତ ୨୪ ତାରିଖରେ ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲା ପୀଡ଼ିତା । ଆଜି ଅଭିଯୁକ୍ତ ସହରରେ ଥିବା ସୂଚନା ମିଳିବା ପରେ ତାକୁ ଗିରଫ କରାଯାଇଥିଲା । ପୀଡ଼ିତାର ୧୬୧ ଏବଂ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଅଭିଯୁକ୍ତର ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଥିଲା । ଏସ୍ଡ଼ିପିଓ ଅରୂପ ଅଭିଶେକ ବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.