ଦେଡ଼ଶୁର ଆକ୍ରମଣରେ ଭାଇବୋହୂ ମୃତ!

Get real time updates directly on you device, subscribe now.

ଆସିକା,(ବି.ବି.ନୁ୍ୟଜ୍): ଆଜି ଥିଲା ସଂକ୍ରାନ୍ତି । ଠାକୁରଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲେ ରଞ୍ଜି । ମାତ୍ର ଆଉ ଘରକୁ ଫେରିଲେନି । ମନ୍ଦିର ଆଗରେ ଘଟିଲା ପାରିବାରିକ କଳହର କରୁଣ ପରିଣତି । ଦେଡ଼ଶୁର ଆକ୍ରମଣରେ ଭାଇବୋହୂର ମୃତୁ୍ୟ ହୋଇଥିବା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଜି ଆସିକା ଥାନା ଅନ୍ତର୍ଗତ ଭେଙ୍କଟାରାପଲ୍ଲୀ ଗ୍ରାମରେ । ମୃତକ କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ହରିଡାପଦର ଗ୍ରାମର ରଞ୍ଜି ନାହାକ । ମୃତକଙ୍କ ସ୍ୱାମୀ ସୁଦାମ ନାହାକ ବଡ଼ ଭାଇ ହତ୍ୟା କରିଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିବା ପୁଲିସ ସୂତ୍ରରୁ ପ୍ରକାଶ । ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସଦଳବଳ ପହଞ୍ଚି ତଦନ୍ତ କରୁଛନ୍ତି ।
ଅଭିଯୋଗ ଆଧାରରେ ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୂର୍ବାହ୍ନ ପ୍ରାୟ ୭ଟାରେ ରଞ୍ଜି ଘର ଠାରୁ ୫ଶହ ମିଟର ଦୂର ପାଖ ଗ୍ରାମ ଭେଙ୍କଟାରାପଲ୍ଲୀ ମୁକ୍ତେଶ୍ୱର ମନ୍ଦିରକୁ ଯାଇଥିଲେ । ମନ୍ଦିରରେ ପୂଜା କାର୍ଯ୍ୟ ସାରି ଘରକୁ ଫେରୁଥିଲେ । ମନ୍ଦିରର ସିଂହ ଦ୍ୱାର ସମ୍ମୁଖରେ ଦେଡ଼ଶୁର ଲୁହା ରଡ଼ରେ ରଞ୍ଜିଙ୍କୁ ଆକ୍ରମଣ କରିଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା । ପୋଖରୀ ନିକଟରେ ଥିବା କିଛି ଲୋକ ରଞ୍ଜିଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଅଭିଯୁକ୍ତ ଫେରାର ଥିବା ଏସ୍ଡିପିଓ କହିଛନ୍ତି । ପୁଲିସ ହତ୍ୟା ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons