ଦେଢ଼ ଶହ ଲିଟର ମଦ ଜବତ: ୨ ଗିରଫ

Get real time updates directly on you device, subscribe now.

ସୁବର୍ଣ୍ଣପୁର,(ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅବକାରୀ ବିାଭଗ ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରି ପ୍ରାୟ ଦେଢ଼ ଶହ ଲିଟର ଦେଶୀ ମଦ ଜବତ କରିବା ସହିତ ପ୍ରାୟ ୧୦ କ୍ୱିଣ୍ଟାଲ ମହୁଲ ପୋଚ୍ ନଷ୍ଟ କରିଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଉଲୁଣ୍ଡା ବ୍ଲକ କୁଡ଼ାପଡ଼ା ଗ୍ରାମ୍ୟ ଜଙ୍ଗଲରେ ଚଢାଉ କରି ୧୦ କ୍ୱିଣ୍ଟାଲ ମହୁଲ ପୋଚ୍ ନଷ୍ଟ କରିଥିବା ବେଳେ ୫୦ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ସେହିଭଳି ବ୍ରାହ୍ମଣୀପାଲି ରାସ୍ତାରେ ପାଟ୍ରୋଲିଂ କଲା ବେଳେ ଏକ ବାଇକରୁ ୨୦ ଲିଟର ଦେଶୀ ମଦ ଜବତ କରିଛି । ଅନ୍ୟପକ୍ଷରେ ଏହି ଗାଁର ଜଣଙ୍କର ଘରୁ ୮୦ ଲିଟର ଦେଶୀ ମଦ ଜବତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons