ଦେଢ ଲକ୍ଷର ଗଞ୍ଜେଇ ଜବତ, ଜଣେ ଗିରଫ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଞ୍ଚଳରୁ ସେମିଳିଗୁଡା ଚାଲାଣ ବେଳେ ଲମତାପୁଟ ପୁଲିସ୍ ହାତରେ ଧରାପଡିଛି ୧୮ କେଜି ଗଞ୍ଜେଇ । ଏହି କାରବାରରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ କୋରାପୁଟ ଏସ୍ଟିଆଇ କଲୋନିର ଭଗବାନ ଦଣ୍ଡସେନା । ଚାଲାଣରେ ବ୍ୟବହୃତ ବାଇକ୍କୁ ଜବତ କରାଯାଇଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହେବ ବୋଲି ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ ପ୍ରଧାନ ସୂଚନା ଦେଇଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ଲମତାପୁଟ ଫାଣ୍ଡିର ଏକ ଟିମ୍ କାଙ୍ଗ୍ରାପଡା ଛକ ନିକଟରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ମାଛକୁଣ୍ଡ ଅଞ୍ଚଳରୁ ଏକ ବାଇକ୍ ଦ୍ରୁତଗତିରେ ଆସୁଥିବା ଦେଖି ପୁଲିସ୍ ତାକୁ ସନେ୍ଦହରେ ଅଟକାଇଥିଲା । ଯାଞ୍ଚ ବେଳେ ବାଇକ୍ରେ ବନ୍ଧାଯାଇଥିବା ଏକ ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଥିଲା । ପରେ ପୁଲିସ୍ ବାଇକ୍ ସହ ଗଞ୍ଜେଇ ଜବତ କରିବା ସହ ଭଗବାନକୁ ଗିରଫ କରି ଥାନାକୁ ଆଣିଥିଲା । ଓଜନ ପରେ ୧୮କେଜି ଗଞ୍ଜେଇଥିବା ଜଣାପଡିଥିଲା । ଏ ସମ୍ପର୍କରେ ଫାଣ୍ଡିରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons