ଦେବଗଡ,(ବି.ବି.ନୁ୍ୟଜ): ଦେବଗଡ଼ ବନ ବିଭାଗକୁ ଆଜି ୪ ମାସର ବ୍ୟବଧାନ ପରେ ଆଉ ଏକ ସଫଳତା ମିଳିଛି । ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀଙ୍କ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଦେବଗଡ ରେଞ୍ଜ୍ ତଥା କଂସର ସେrନ୍ ସଡୋ ଗାଁରୁ ଚୋରା ଚାଲାଣ ହେବାକୁଥିବା ୨ଟି ହାତୀଦାନ୍ତ ଜବତ୍ କରିବା ସହ ୨ ଅଭିଯୁକ୍ତ ଭାଇଙ୍କୁ କାବୁ କରିଛନ୍ତି । ଅନ୍ୟପକ୍ଷରେ ମୋଟ ୪.୭୨୮ କିଲୋ ଓଜନର ୨ଟି ହାତୀ ଦାନ୍ତ ସହ ଫରେଷ୍ଟ ଖୁଆଡକୁ ଫସିଥିବା ଉକ୍ତ ୨ ଭାଇ ରିଆମାଳ ଥାନା ତଥା ତିଳେଇବଣି ବ୍ଲକ ଭୁତେଲ୍ ଗାଁର ଶିବ ମାଝିଙ୍କ ୨ ପୁଅ ପବିତ୍ର (୪୧) ଓ ମନଫୁଲ(୩୨) ବୋଲି ସୂଚନା ମିଳିଛି । ହାତୀଦାନ୍ତ ଚୋରା କାରବାରରେ ଆଉକିଛି ଜଙ୍ଗଲ ମାଫିଆ ସମ୍ପୃକ୍ତି ଥିବା କହି ବନ କର୍ତୃପକ୍ଷ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି । ଏପରିକି ପଡୋଶୀ ଜିଲ୍ଲାର କିଛି ଶିକାରୀ ଉକ୍ତ ଘଟଣାରେ ସଂଶ୍ଳିଷ୍ଟ ଥିବା ସନେ୍ଦହରେ ବନ ବିଭାଗ ତଦନ୍ତକୁ ଜୋର୍ଦାର୍ କରିଥିବା ସୂଚନା ଦେଇଛନ୍ତି ।
୨ ମାସ ତଳେ ଦେବଗଡ଼ ଫରେଷ୍ଟ ଡିଭିଜନ ଅଧିନ ଖମାର ବନାଞ୍ଚଳର ଏକ ହାତୀମୃତୁ୍ୟ ଘଟଣାକୁ ଖୋଳତାଡ଼ କରୁଥିବା ବେଳେ ଡିଏଫ୍ଓ ଶ୍ରୀମତୀ ଷଡ଼ଙ୍ଗୀ କଂସର ସେrନ୍ ଅନ୍ତର୍ଗତ ପାହାଡି ଗାଁ ଭୁତେଲ୍ରେ ହାତୀଦାନ୍ତ ଥିବା କିଛି ଠୋସ୍ ସୁରାକ୍ ପାଇଥିଲେ । କିଛି ବଛାବଛା ରେଞ୍ଜ ଅଫିସର୍ଙ୍କ ନେତୃତ୍ୱରେ ୪ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରିବା ସହ ଚଢ଼ଉ ପାଇଁ ନିଦେ୍ର୍ଧଶ ଦେଇଥିଲେ । ସେହିକ୍ରମରେ ଆଜି ସକାଳୁ ବନ ବିଭାଗର ଉକ୍ତ ୪ଟି ସ୍କ୍ୱାଡ୍ ରିଆମାଳ ଥାନା ତଥା ତିଳେଇବଣି ବ୍ଲକ ସଡୋ ଓ ଭୁତେଲ ଗାଁକୁ ସଂଯୋଗ କରୁଥିବା ପାହାଡିଆ ରାସ୍ତାରେ ଛକି ରହିଥିଲେ । ହାତୀଦାନ୍ତ ନେଇ ଆସିଥିବା ଭୁତେଲ୍ ଗାଁର ୨ ଭାଇ ପବିତ୍ର ଓ ମନଫୁଲଙ୍କୁ କାବୁ କରିବା ସହ ୨ଟି ହାତୀଦାନ୍ତ ଜବତ କରି ଦେବଗଡ଼ ରେଞ୍ଜ ଅଫିସକୁ ଆଣିଥିଲେ । ଜବତ ୨୧ସେମି ଗୋଲେଇ ଓ ୭୯ସେମି ଲମ୍ବ ବିଶିଷ୍ଟ ୨ ହାତୀଦାନ୍ତର ଓଜନ ୪.୭୨୮ କେଜି ଥିବା ବନ ବିଭାଗ କହୁଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୪ ଲକ୍ଷରୁ ଅଧିକ ବୋଲି ପରିବେଶବିତ୍ ମହଲରେ ଚର୍ଚ୍ଚା ହେଉଛି ।


Comments are closed, but trackbacks and pingbacks are open.