ଦେବଦୂତ ସାଜିଲେ ଯବାନ ,୫ କିମି କାନ୍ଧରେ ବୋହି ବୃଦ୍ଧାଙ୍କୁ ଘରେ ଛାଡ଼ିଲେ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ଦେଶର ସୀମାନ୍ତ ହେଉକି ମାଓ ଅଧ୍ୟୁଷିତ ଘଞ୍ଚ ଜଙ୍ଗଲ, ଭାରତୀୟ ଯବାନ ସବୁଠି ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସୁରକ୍ଷା କରିଥାନ୍ତି । ଦେଶବାସୀଙ୍କୁ ସୁରକ୍ଷା ପାଇଁ ଅହୋରାତ୍ର ଚଟାଣ ଭଳି ଶତ୍ରୁ ଆଗରେ ଛିଡ଼ା ହୋଇଥାନ୍ତି । କର୍ତ୍ତବ୍ୟ ପଥରେ ବାଧାବିଘ୍ନକୁ ଖାତିର ନକରି ନିÂାପର ଭାବେ ସବୁ ପ୍ରତିକୂଳ ପରିସ୍ଥିତି ପାଇଁ ସଜାଗ ରହିଥାନ୍ତି । ଯବାନମାନେ ଯେ କେବଳ ଦେଶ ସୁରକ୍ଷା ପାଇଁ ଲଢିଥାନ୍ତି ତାହା ନୁହେଁ, ଦେଶର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ପାଇଁ ସେମାନେ ଅହୋରାତ୍ର କର୍ତ୍ତବ୍ୟରତ । ବିପଦ ବେଳରେ ଦେଶବାସୀଙ୍କ ପାଇଁ ଦେବଦୂତ ବି ସାଜିଥାନ୍ତି । ମାଓ ଅଧ୍ୟୁଷିତ ଘଞ୍ଚ ଜଙ୍ଗଲ ଭିତରୁ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ୫ କିମି କାନ୍ଧରେ ବୋହି ଆଣି ନିଜ ପରିବାର ଲୋକଙ୍କ ପାଖରେ ଛାଡ଼ି ଆଜି ମାନବିକତାର ଆଉ ଏକ ପରିଚୟ ଦେଇଛନ୍ତି । ଅନେକ ସମୟରେ ଯବାନମାନେ ଦେଶ ପାଇଁ ପ୍ରାଣବଳି ଦେଇ ଏ ମାଟିର ରକ୍ଷା କରି ଆସୁଥିବା ବେଳେ ନୂଆପଡ଼ା ୨୧୬ ବ୍ୟାଟାଲିୟାନ ଧରମବନ୍ଧା କ୍ୟାମ୍ପର ସିଆରପିଏଫ ଯବାନ ଦେବଦୂତ ସାଜି ଜଣେ ବୃଦ୍ଧାଙ୍କୁ ମୃତୁ୍ୟମୁଖରୁ ଉଦ୍ଧାର କରି ପ୍ରଶଂସାର ପାତ୍ର ହୋଇଛନ୍ତି । ଯବାନଙ୍କ ଏହି ଉଦାର ମାନବିକତାକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି ।

ସୂଚନାମତେ, ଜିଲ୍ଲାର ଧରମବନ୍ଧା ଥାନା ସୁନାବେଡ଼ା ଅଭୟାରଣ୍ୟର କଟିଙ୍ଗପାଣି ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ ଲୋଡ୍ରା ଗାଁ । ଗତ ୯ ତାରିଖରେ ମଙ୍ଗଳବାଇ ପହରିଆ(୭୦) ଜଙ୍ଗଲ ପଟେ ଯାଇ ବାଟବଣା ହୋଇଯାଇଥିଲେ । ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରକୁ ପଶିଯାଇ ଆଇ ଫେରି ପାରି ନଥିଲେ । ପରିଣତ ବୟସରେ ରାସ୍ତା ଭୁଲି ଯାଇ ଜଙ୍ଗଲ ଭିତରେ ଏଣେ ତେଣେ ଘୁରି ବୁଲୁଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରି ତାଙ୍କର ପତ୍ତା ପାଇ ନଥିଲେ । ହିଂସ୍ର ବନ୍ୟଜନ୍ତୁଙ୍କ ଗହଣରେ ବୃଦ୍ଧା ଜଣକ ରାତ୍ରୀ ଜାପନ କରିଥିଲେ । ଏମିତି ୪ ଦିନ ଧରି ଘଞ୍ଚ ଜଙ୍ଗଲ ଭିତରେ ଭୋକ ଉପାସରେ ଝିପି ଝିପି ବର୍ଷାରେ ଦିନ ରାତି ରାସ୍ତା ଖୋଜୁଥିଲେ । ଆଖିକୁ ଠିକ ଭାବେ ଦେଖା ଯାଉ ନଥିବା ବେଳେ କାନକୁ ଠିକ ଭାବେ ଶୁଭା ଯାଉନାହିଁ । ଅନ୍ୟପଟେ ଭୋକ ଉପବାସରେ ସ୍ମରଣ ଶକ୍ତି ମଧ୍ୟ ହଜି ଯାଇଛି । ଏଭଳି ସ୍ଥିତିରେ ମୃତୁ୍ୟକୁ ଆମନ୍ତ୍ରଣ କରି ଗଛ ମୂଳରେ ପଡ଼ି ରହିଥିଲେ । ଗତକାଲି ନୂଆପଡ଼ା ୨୧୬ ସିଆରପିଏଫ୍ ବାଟାଲିୟନ ଧରମବନ୍ଧା କ୍ୟାମ୍ପର ଯବାନମାନେ ସୁନାବେଡା ଅଭୟାରଣ୍ୟକୁ କମ୍ବିଂ ଅପରେସନ ପାଇଁ ଯାଇଥିଲେ । ଅପରେସନ ସମୟରେ ସେଠାରେ ଜଙ୍ଗଲ ଭିତରେ ଏକ ଗଛ ମୂଳରେ ଜଣେ ଅସହାୟ ବୃଦ୍ଧା ଆସନ୍ନ ମୃତୁ୍ୟକୁ ଅପେକ୍ଷା କରି ରହିଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ । ତାଙ୍କୁ ପଚରା ଉଚୁରା କରି ଲୋଡ୍ରା ଗାଁର ବୋଲି ଜାଣିବାକୁ ପାଇଥିଲେ ।

ଯବାନମାନେ କାନ୍ଧରେ ଉଠାଇ ବୃଦ୍ଧାକୁ ଜଙ୍ଗଲ ଉପରୁ ତଳକୁ ଆଣିଥିଲେ । କାନ୍ଧରେ ବୋହିବାରୁ ବୃଦ୍ଧା ଜଣକ ଅସୁସ୍ଥ ଅନୁଭବ କରିଥିଲେ । ସେଠାରୁ ଜଣେ ଜବାନଙ୍କ ପିନ୍ଧିଥିବା ବର୍ଷାତି କୋର୍ଟ(ଜ୍ୟାକେଟ)କୁ ରଶିରେ ବାନ୍ଧି କାଠ ଫସାଇ ଷ୍ଟେଚର ତିଆରି କରିଥିଲେ । ସେଥିରେ ବୃଦ୍ଧାକୁ ବସାଇ ଦୁଇ ଜଣ ଯବାନ କାନ୍ଧରେ ବୋହି ଚାଲି ଚାଲି ୫ କିମି ରାସ୍ତା ଅତିକ୍ରମ କରି ତାଙ୍କ ଘରେ ପହଞ୍ଚି ଥିଲେ । ପରିବାର ଲୋକେ ବୃଦ୍ଧାକୁ ଦେଖି ଖୁସିରେ ଆତ୍ମବିଭୋର ହୋଇ ପଡିଥିଲେ । ସେଠାରେ ତାଙ୍କର ତିନି ପୁଅଙ୍କ ନିକଟରେ ବୃଦ୍ଧା ମା’ଙ୍କୁ ସମର୍ପଣ କରିଥିଲେ । ଯବାନଙ୍କ ଏଭଳି କାମକୁ ପରିବାର ଲୋକେ ତଥା ଗାଁ ଲୋକେ ଭୂୟସୀ ପ୍ରଶଂସା କରିଥିଲେ ।

ସୂଚନା ଥାଉକି, ଲୋଡ୍ରା ଗାଁର ମଙ୍ଗଲବାଇ ମହରିଆଙ୍କ ତିନି ପୁଅ ନକୁଲ ପହରିଆ, ଅର୍ଜ୍ଜୁନ ପହରିଆ, ଭୀମା ପହରିଆ ଅଛନ୍ତି । ମାଁଙ୍କ ନିଖୋଜ ପରେ ପରିବାର ଲୋକେ ବହୁ ଖୋଜି ଖୋଜି କରି ଭାଙ୍ଗି ପଡ଼ିଥିଲେ । ଏହା ଏକ ପ୍ରସ୍ତାବିତ ବ୍ୟାଘ୍ର ପ୍ରକଳ୍ପ ହୋଇଥିବା ବେଳେ ମହାବଳ, କଳରାପତରିଆ ବାଘ ଭଳି ହିଂସ୍ରଜନ୍ତୁ ସେଠାରେ ଅଛନ୍ତି । ମଙ୍ଗଳବାଇ କେମିତି ୪ ଦିନ ଧରି ଝିପିଝିପି ବର୍ଷାରେ ଦିନ ରାତି ଜଙ୍ଗଲ ଭିତରେ ରହିଗଲେ, ତାକୁ ନେଇ ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons