ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍‌

Get real time updates directly on you device, subscribe now.

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ସିବିଆଇ ରିଟର୍ଣ୍ଣର୍ସ । ପୂର୍ବତନ ମନ୍ତ୍ରୀଙ୍କ ଘରେ ସିବିଆଇ ଟିମ୍‌ । ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ସିବିଆଇ ଟିମ୍‌ ଖୋଲତାଡ଼ ଆରମ୍ଭ କରିଥିବା ଜଣାପଡିଛି । ସିବିଆଇର ୭ଜଣିଆ ଟିମ୍‌ ପକ୍ଷରୁ ଛାନ୍‌ଭିନ୍‌ ଜାରି ରହିଛି ।
ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ଦେବୀ ମିଶ୍ରଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ଦେବୀ ମିଶ୍ରଙ୍କ ଏକ ନମ୍ବର ସ୍ଥିତ ସରକାରୀ ବାସଭବନରେ, ଆଠଗଡ ସ୍ଥିତ ନିଜସ୍ବ ଘର ଏବଂ ପଟିଆରେ ଥିବା ତାଙ୍କ ଭାଇଙ୍କ ଘରେ ରେଡ୍ ଜାରି ରହିଛି । କିଛି ଦିନର ଅନ୍ତରାଳ ପରେ ପୁଣି ଥରେ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍‌ ଆରମ୍ଭ ହୋଇଛି ।
ରାଜ୍ୟରେ ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତ କରୁଥିବା ସିବିଆଇ ପୂର୍ବରୁ ଅନେକ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ , ବିଧାୟକ , ଅଫିସର, ପୂର୍ବତନ ଅଫିସର ଆଦି ଅନେକ ଲୋକଙ୍କ ଘରେ ରେଡ୍‌ କରାଯାଇଥିଲା । ସି-ସୋର ସମେତ ଅନେକ ଚିଟ୍‌ଫଣ୍ଟ ଲିଙ୍କ ମାମଲାରେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସି-ସୋର ଗ୍ରୁପ ପ୍ରାୟ ୫୦୦କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି । ଯାହାର ତଦନ୍ତ ୨୦୧୪ ମସିହାରୁ ଏହି ଠକେଇ ମାମଲାରେ ତଦନ୍ତ କରୁଛି ସିବିଆଇ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons