ନୂଆଦିଲ୍ଲୀ: କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣ ପରିସ୍ଥିତିରେ ୋଦଶର ପ୍ରତିଟି ଜୀବନ ବଞ୍ଚାଇବାକୁ ପ୍ରୟାସ କରାଯାଉଛି । ତା ସହିତ ଭାରତ ମଧ୍ୟ ଅନ୍ୟ ଦେଶମାନଙ୍କୁ ସହାୟତା ପ୍ରଦାନ କରି ଏହାର ବୈଶ୍ୱିକ ଦାୟିତ୍ୱ ସମ୍ପାଦନ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ପବିତ୍ର ବୌଦ୍ଧପୂର୍ଣ୍ଣିମା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ କଠିନ ପରିସ୍ଥିତିରୁ କିଭଳି ମୁକୁଳିବାକୁ ପଡିବ ତାହା ମଣିଷକୁ ନିରନ୍ତର ପ୍ରୟାସ କରିବାକୁ ହେବ ବୋଲି ଭଗବାନ ବୁଦ୍ଧ କହୁଥିଲେ । ଥକିପଡ଼ି ଅଟକି ଯିବା ଆଦୌ ଉଚିତ ନୁହେଁ । ଆଜି ଆମେ ସମସ୍ତେ ଏଭଳି ଏକ କଠିନ ପରିସ୍ଥିତିରୁ ମୁକ୍ତ ହେବା ଲାଗି ମିଳିତ ଭାବେ ଉଦ୍ୟମ କରିଆସୁଛୁ । ବୁଦ୍ଧଙ୍କ ୪ ସନେ୍ଦଶ ଦୟା, କରୁଣା, ସୁଖ-ଦୁଃଖ ପ୍ରତି ସମଭାବ ଓ ଯାହା ଯେଭଳି ତାକୁ ସ୍ୱୀକାର କରିବା ଆଦି ଭାରତ ଭୂମିର ପ୍ରେରଣା ବନିଛି । ଭାରତ ବିନା ଭେଦଭାବରେ ନିଃସ୍ୱାର୍ଥ ପର ଭାବେ କେବଳ ନିଜ ଲୋକମାନଙ୍କ ପାଇଁ ନୁହେଁ ସମଗ୍ର ବିଶ୍ୱର ଏଭଳି ସଙ୍କଟ ଜନକ ସ୍ଥିତିରେ ଦୃଢ଼ ଭାବେ ଠିଆହୋଇଛି । କରୋନା ଭାଇରସ୍ ବିରୋଧରେ ଚାଲିଥିବା ଲଢେ଼ଇ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ବିଶ୍ୱର ଉଦ୍ଭାନ-ପତନର ଏଭଳି ସମୟରେ ଦୁଃଖ, ନିରାଶା ଓ ହତାଶ ଭାବେ ଦେଖିବାକୁ ମିଳିଛି । ଏହି ସମୟରେ ଭଗବାନ ବୁଦ୍ଧଙ୍କ ସନେ୍ଦଶର ବେଶ୍ ପ୍ରାସଙ୍ଗିକତା ରହିଛି ।
ପ୍ରଧାନମନ୍ତ୍ରୀ କହିଲେ ବୁଦ୍ଧ ହେଉଛନ୍ତି ଭାରତର ବୋଧ ଓ ଆତ୍ମବୋଧର ପ୍ରତୀକ । ଏହି ଆତ୍ମବୋଧର ସହିତ ଭାରତ ସମଗ୍ର ମାନବତା ଓ ବିଶ୍ୱର ହିତ ପାଇଁ କାମ କରୁଛି ଏବଂ କରିବ । ଆଜି ଆମେ କଠିନ ପରିସ୍ଥିତି ଦେଇ ଗତି କରୁଛୁ । ଏଥିରୁ ମୁକ୍ତ ହେବା ପାଇଁ ନିରନ୍ତର ପ୍ରୟାସ କରୁଛୁ । ମିଳିମିଶି କାମ କରୁଛୁ । ସମୟ ବଦଳିଲା, ସ୍ଥିତି ବଦଳିଲା, ସମାଜର ବ୍ୟବସ୍ଥା ବଦଳିଲା । କିନ୍ତୁ ଭଗବାନ ବୁଦ୍ଧଙ୍କ ସନେ୍ଦଶ ଜୀବନରେ ନିରନ୍ତର ପ୍ରବାହମାନ ରହିଲା । ଏହା ଏଇଥିପାଇଁ ସମ୍ଭବ ହୋଇଛି କି ବୁଦ୍ଧ କେବଳ ଏକ ନାମ ନୁହେଁ, ଏକ ପବିତ୍ର ବିଚାରଧାରା । ପ୍ରତ୍ୟେକ ଜୀବନର ସଙ୍କଟ ଦୂର କରିବାର ସନେ୍ଦଶ ଓ ସଙ୍କଳ୍ପ ହିଁ ଭାରତର ସଭ୍ୟତା ଓ ସଂସ୍କୃତିକୁ ସର୍ବଦା ବାଟ ଦେଖାଇଆସିଛି । ବୁଦ୍ଧ ଭାରତର ଏହି ମହାନ ସଂସ୍କୃତିକୁ ଆହୁରି ସମୃଦ୍ଧ କରିଛନ୍ତି । ଭଗବାନ ବୁଦ୍ଧ ନିଜେ ଜଳି ଅନ୍ୟମାନଙ୍କ ପାଇଁ ନିଜକୁ ସମର୍ପି ଦେଇଥିଲେ । ଆଜି ଆମେ ନିଜ ଆଖପାଖରେ ଏଭଳି ଘଟଣା ଦେଖିବାକୁ ପାଉଛୁ । କରୋନା ଯୋଦ୍ଧାମାନେ ନିଃସ୍ୱାର୍ଥ ପର ଭାବେ ଦିନ ରାତି କାମ କରୁଛନ୍ତି । ଏଭଳି ପ୍ରତ୍ୟେକ ବ୍ୟକ୍ତି ସମ୍ମାନର ପାତ୍ର । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
Comments are closed, but trackbacks and pingbacks are open.