ଦେଶରେ ଲକ୍ଷେ ଟପିଲା କରୋନା ମୃତୁ୍ୟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ (କୋଭିଡ-୧୯) ସଂକ୍ରମଣର ଗ୍ରାଫ୍ ଉପରକୁ ଉଠିଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ୬୪ ଲକ୍ଷ ପାର୍ କରିଛି । ଏବେ ଦୈନିକ ସଂକ୍ରମଣ ହାର ୮୦ ହଜାର ଉପରେ ରହୁଛି । ମୃତୁ୍ୟ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନାହିଁ । ଦୈନିକ ପ୍ରାୟ ୧,୧୦୦ ମୃତୁ୍ୟ ଘଟୁଛି । ଆଜି ଦେଶରେ କରୋନା ମୃତୁ୍ୟସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ବେସରକାରୀ ଭାବେ ଏହି ତଥ୍ୟ ସାମ୍ନାକୁ ଆସିଛି । କିନ୍ତୁ ସରକାରୀ ଭାବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ୯୪ ହଜାର ୬୮ ଓ ମୃତୁ୍ୟସଂଖ୍ୟା ୯୯ ହଜାର ୭୭୩ ଦର୍ଶାଯାଇଛି ।
ଦେଶକୁ କରୋନା ଭାଇରସ୍ ଏହାର ଉପôତ୍ତିସ୍ଥଳ ଚୀନ୍ରୁ ଆସିଥିଲା । ଚୀନ୍ରୁ ଫେରିଥିବା କେରଳର ଜଣେ ଡାକ୍ତରୀ ଛାତ୍ର ଜାନୁଆରୀ ୩୦ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ଥିଲା ଭାରତର ପ୍ରଥମ କରୋନା ମାମଲା । ସେହିଦିନ ଠାରୁ ମେ ୩୧ ତାରିଖ ଅର୍ଥାତ ଲକ୍ଡାଉନର ଶେଷ ତାରିଖ ପର୍ଯ୍ୟନ୍ତ ୧୨୨ ଦିନରେ ୧ ଲକ୍ଷ ୮୨ ହଜାର ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଏହି ସମୟ ଭିତରେ ୫,୧୬୪ ଜଣଙ୍କ ମୃତୁ୍ୟ ଘଟିଥିଲା । ଜୁନ ୧ ତାରିଖରୁ ଅନ୍ଲକ ୦.୧ ଲାଗୁ ହେଲା । ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ଅକ୍ଟୋବର ୨ ଯାଏ ୧୨୩ ଦିନ ଭିତରେ ୬୧ ଲକ୍ଷ ୩୪ ହଜାର ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟ ଭିତରେ ପ୍ରାୟ ୯୫ ହଜାର କରୋନା ମୃତୁ୍ୟ ଘଟିଛି ।
ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଯେତେବେଳେ ଲକ୍ଡାଉନ କଟକଣା ରହିଥିଲା ସେତେବେଳେ ସଂକ୍ରମଣ ଓ ମୃତୁ୍ୟ ମାମଲା କିଛି ମାତ୍ରାରେ ନିୟନ୍ତ୍ରଣରେ ଥିଲା । କିନ୍ତୁ ଅନ୍ଲକ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଅସାବଧାନତା ଓ ଅଣଦେଖା ବଢ଼ିଗଲା । ଟିକା ଆସିବା ପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବାକୁ ପଋିବ ବୋଲି ସରକାରୀ ଓ ବେସରକାରୀ ସ୍ତରରେ ସ୍ଳୋଗାନ ଦିଆଯିବା ସହ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଲୋକେ ତାକୁ ଅଣଦେଖା କରିଚାଲିଲେ । ଅନ୍ଲକ୍ ସମୟରେ ସାମାଜିକ ଦୂରତା ବଜାୟ ରହିଲା ନାହିଁ । କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଠିକ୍ ଭାବେ ହେଲା ନାହିଁ । ସେଥିପାଇଁ ଅନ୍ଲକ ପରେ ମୃତୁ୍ୟସଂଖ୍ୟା ୧୮୦୦ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାପଡ଼ିଛି ।
ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ରେ ସମଗ୍ର ଦେଶରେ ଜନତା କର୍ଫୁ୍ୟ ଲାଗୁ କରିଥିଲେ । ଏହାର ଠିକ୍ ଦୁଇଦିନ ପରେ ମାର୍ଚ୍ଚ ୨୫ ମଧ୍ୟରାତ୍ରରୁ ଦେଶବ୍ୟାପି ଲକ୍ଡାଉନ ଲାଗୁ କରାଗଲା । ୬୮ ଦିନିଆ ଲକ୍ଡାଉନ ମେ ୩୧ରେ ଶେଷ ହେଲା । ଯଦି ଆମେ ମେ ୩୧ ତାରିଖର ସଂଖ୍ୟାକୁ ଦେଖିବା ତେବେ ସେହିଦିନ କେବଳ ୮,୩୮୦ ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ୧୯୩ ଜଣଙ୍କ ମୃତୁ୍ୟ ଘଟିଥିଲା । ଏବେ ପ୍ରତିଦିନ ସଂକ୍ରମଣ ୮୦ ହଜାର ଉପରେ ରହୁଥିଲା ବେଳେ ମୃତୁ୍ୟସଂଖ୍ୟା ୧ ହଜାର ଟପୁଛି । ସେପ୍ଟେମ୍ବର ୧୫ରେ ଦେଶରେ ସର୍ବାଧିକ ୧,୨୮୩ ମୃତୁ୍ୟ ଘଟିଥିଲା । ସେପ୍ଟେମ୍ବର ୧୬ରେ ସର୍ବାଧିକ ୯୭ ହଜାର ୮୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ସେପ୍ଟେମ୍ବର ୨୧ରେ ସବୁଠାରୁ ଅଧିକ ୧ ଲକ୍ଷ ୨ ହଜାର ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଦୈନିକ ମୃତୁ୍ୟରେ ଏବେ ଭାରତ ସର୍ବାଧିକ ସଂକ୍ରମିତ ରାଷ୍ଟ୍ର ଆମେରିକା ଓ ତୃତୀୟ ସଂକ୍ରମିତ ରାଷ୍ଟ୍ର ବ୍ରାଜିଲକୁ ପଛରେ ପକାଇ ଦେଇଛି । ଆମେରିକା ଓ ବ୍ରାଜିଲରେ ଏବେ ଦୈନିକ ପ୍ରାୟ ୮୦୦ ମୃତୁ୍ୟ ଘଟୁଛି ।
ମାର୍ଚ୍ଚ ୧୦ ବେଳକୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦ରେ ପହଞ୍ଚôଥିଲା । ମାର୍ଚ୍ଚ ୧୨ରେ କର୍ଣ୍ଣାଟକର କାଲବୁର୍ଗି ଅଞ୍ଚଳରେ ଜଣେ ୭୬ ବର୍ଷୀୟ ବ୍ୟକ୍ତିଙ୍କ ମୃତୁ୍ୟ ଥିଲା ଦେଶରେ ପ୍ରଥମ କରୋନା ଜନିତ ମୃତୁ୍ୟ ମାମଲା । ମାର୍ଚ୍ଚ ୧୩ରୁ ଏପ୍ରିଲ ୧୫ ମଧ୍ୟରେ ଭାରତରେ ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ସହ ସମସ୍ତ ଭିସାକୁ ନିଷିଦ୍ଧ କରାଗଲା । ମାର୍ଚ୍ଚ ୨୫ରେ ପ୍ରଥମେ ୨୧ ଦିନିଆ ଲକ୍ଡାଉନ ଲାଗୁ କରାଗଲା । ତା’ପରେ ଏହାର ଅବଧି ପର୍ଯ୍ୟାୟକ୍ରମେ ମେ ୩୧ ପର୍ଯ୍ୟନ୍ତ ବଢ଼ାଯାଇଥିଲା । ମହାରାଷ୍ଟ୍ରରେ ସର୍ବାଧିକ କରୋନା ସଂକ୍ରମଣ (୧୪ ଲକ୍ଷ) ଓ ମୃତୁ୍ୟ (୩୭ ହଜାର) ମାମଲା ସାମ୍ନାକୁ ଆସିଥିଲେ ମଧ୍ୟ ମୃତୁ୍ୟହାରରେ ପଞ୍ଜାବ ଶୀର୍ଷରେ ରହିଛି । ପଞ୍ଜାବରେ ମୃତୁ୍ୟହାର ୩ % ଥିଲା ବେଳେ ମହାରାଷ୍ଟ୍ରରେ ୨.୬ ଓ ଗୁଜରାଟରେ ୨.୫ % ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons