ଭୁବନେଶ୍ୱର,(ବି.ବି.ବ୍ୟୁରୋ):ପ୍ରମୁଖ ଦୁଇଚକିଆ ଯାନ ନିର୍ମାତା ଟିଭିଏସ୍ ଭାରତର ପ୍ରଥମ ଇଥାନଲ୍ଚାଳିତ ମୋଟରସାଇକେଲ୍ ଟିଭିଏସ୍ ଆପାଚି ଆର୍ଟିଆର୍ ୨୦୦ ଏଫ୍ଆଇ ଇ୧୦୦ର ବଜାର ପ୍ରବେଶ କରାଇଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ, ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଏବଂ ଟିଭିଏସ୍ ମୋଟର କଶ୍ଛାନି ଅଧ୍ୟକ୍ଷ ବେଣୁ ଶ୍ରୀନିବାସନଙ୍କ ଦ୍ୱାରା ଏହାର ବଜାର ପ୍ରବେଶ କରାଯାଇଛି । ଦିଲ୍ଲୀରେ ଆୟୋଜିତ ଅଟୋ ଏକ୍ସପୋ-୨୦୧୮ରେ ଟିଭିଏସ୍ ଆପାଚି ଆର୍ଟିଆର୍ ୨୦୦ ୪ଭିର ଇଥାନଲ କନ୍ସେପ୍ଟକୁ ପ୍ରଦର୍ଶନ କରାଯାଇଥିଲା । ନୂଆ ଗାଡିର ବଜାର ପ୍ରବେଶ ଅବସରରେ ବେଣୁ ଶ୍ରୀନିବାସନ କହିଛନ୍ତି ଯେ, ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଉପସ୍ଥିତିରେ ପରିବେଶ ଅନୁକୂଳ ଟିଭିଏସ୍ ଆପାଚି ଆର୍ଟିଆର୍ ୨୦୦ ଏଫ୍ଆଇ ଇ୧୦୦ର ବଜାର ପ୍ରବେଶ କରାଇ ଆମେ ଅତ୍ୟନ୍ତ ଆନନ୍ଦିତ ।


Comments are closed, but trackbacks and pingbacks are open.