ଦେଶୀ ମଦ ନେଲା ଜୀବନ!

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାବରଙ୍ଗ ସାନଗୋପାଳ ସାହିରେ ଦେଶୀ ମଦ ପିଇ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ଭଗବାନ ବେହେରା । ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ଭଗବାନ ଦେଶୀ ମଦ ପିଇଥିଲେ । ଏହାପରେ ତାଙ୍କର ଦେହ ଅସୁସ୍ଥ ହେବାରୁ ଅଚେତ ହୋି ପଡିଥିଲେ । ସେ ଘରକୁ ଆସିବାରେ ବିଳମ୍ବ ହେବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଗାଁ ନିକଟସ୍ଥ ଯେଉଁ ସ୍ଥାନରେ ଦେଶୀ ମଦ ବିକ୍ରି ହୁଏ ସେ ନିକଟରୁ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ସାବରଙ୍ଗ ମେଡିକାଲକୁ ନେଇଥିଲେ । ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ବିଳମ୍ବିତ ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ଘଟଣା ନେଇ ଭଗବାନଙ୍କ ପରିବାର ଲୋକେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons