ରାୟଗଡ଼ା,(ବି.ବି.ନୁ୍ୟଜ୍): କୋଲନରା ବିଇଓ କାର୍ଯ୍ୟାଳୟରେ ଦରମା ପାଇଁ ଲାଞ୍ଚ ମଗାଯିବା ଘଟଣାର ସତ୍ୟତା ପଦାକୁ ଆସିଛି । ଭାଇରାଲ୍ ହୋଇଥିବା ଅଡିଓ ଟେପ୍କୁ ସମ୍ପୃକ୍ତ ହିସାବ ରକ୍ଷକ(ଆକାଉଣ୍ଟାଣ୍ଟ୍) ସ୍ୱୀକାର କରିଛନ୍ତି । ଏହାପରେ କାର୍ଯ୍ୟାନୁÂାନ ଲାଗି ସୁପାରିସ କରିଛନ୍ତି ଜିଲ୍ଲା ପ୍ରକଳ୍ପ ଅଧିକାରୀ ଆନାସ୍ତେସିଆ କେରକେଟା । ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ପରେ କାର୍ଯ୍ୟାନୁÂାନ ନିଆଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି ।
ସୂଚନାଥାଉକି, ଭାଗୁଡ଼ି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମଲ୍ଲିକଙ୍କ ୩ ମାସର ଦରମା ୧୯ ହଜାର ୨୦୦ ଟଙ୍କା ପ୍ରଦାନ ପାଇଁ ବିଇଓ କାର୍ଯ୍ୟାଳୟର ହିସାବ ରକ୍ଷକ ସାହିଦା ପରବିନ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ସେହିପରି ବାଲିଖମାର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଷ୍ଣୁଚରଣ ନାୟକଙ୍କ ଗୋଟିଏ ମାସର ଦରମା କରାଇବାକୁ ଅନୁରୂପ ଭାବେ ଲାଞ୍ଚ ମାଗିଥିଲେ । ଗୁଗୁଲ ପେ’ ଜରିଆରେ ଟଙ୍କା ପଇଠ କରିବାକୁ କହିଥିଲେ । ଗାଦବାଗୁଡ଼ା ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କଠାରୁ ୫ହଜାର ଟଙ୍କା ଦାବି କରିଥିଲେ । ଏସବୁର ଅଡିଓ ଟେପ୍ ଭାଇରାଲ ହେବା ପରେ ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ଡିପିସି ଆନାସ୍ତେସିଆ କେରକେଟାଙ୍କ ଅଧ୍ୟକ୍ଷତାରେ ଏହାର ତଦନ୍ତ କରାଯାଇଥିଲା । ଏକ ସ୍ୱତନ୍ତ୍ର କମିଟି ଦୀର୍ଘ ୩ ଘଣ୍ଟା ଧରି ଅନୁସନ୍ଧାନ କରିଥିଲା । ଡିପିସିଙ୍କ ସମେତ ବିତ୍ତ ଅଧିକାରୀ ଲକ୍ଷ୍ମୀନାରାୟଣ ଶତପଥୀ ଏବଂ ରାୟଗଡ଼ା ଗୋÂୀ ଶିକ୍ଷାଧିକାରୀ ରଜନୀକାନ୍ତ ସାମନ୍ତରାୟ ମିଳିତ ଭାବେ ଏହାର ତଦନ୍ତ କରିଥିଲେ । ସୋମବାର ଭାଇରାଲ ହୋଇଥିବା ଦୁଇଟି ଅଡିଓର ସତ୍ୟାସତ୍ୟ ଅନୁସନ୍ଧାନ କରାଯାଇଥିଲା । ହିସାବ ରକ୍ଷକଙ୍କ ସମେତ ଭାଗୁଡ଼ି ଉଚ୍ଚପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ଏବଂ ବାଲିଖମାର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିଷ୍ଣୁଚରଣଙ୍କ ମତାମତ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମତ ଓ ବୟାନ କମିଟି ରେକର୍ଡ କରିଥିଲା । କିଭଳି ଭାବେ ସେମାନଙ୍କୁ ଦରମା ପ୍ରଦାନ ପାଇଁ ହିସାବରକ୍ଷକ ଟଙ୍କା ଦାବି କରିଥିଲେ, ସେମାନେ କମିଟି ଆଗରେ ତାହା ବଖାଣିଥିଲେ । ମୁହାଁମୁହିଁ ଅନୁସନ୍ଧାନ ପରେ ଅଭିଯୋଗକୁ ସ୍ୱୀକାର କରିଥିଲେ ହିସାବ ରକ୍ଷକ । ଭବିଷ୍ୟତରେ ଏଭଳି କାର୍ଯ୍ୟ ଆଉ କେବେ କରିବେ ନାହିଁ ବୋଲି ଡିପିସି ଓ କମିଟିକୁ କହିଥିଲେ ।
ଡିପିସି କହିଛନ୍ତି, ତଦନ୍ତ ରିପୋର୍ଟ ଏବଂ କମିଟିର ପ୍ରୋସିଡିଂ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ । ଜିଲ୍ଲାପାଳ ଯାହା କାର୍ଯ୍ୟାନୁÂାନ ଗ୍ରହଣ କରିବେ । ଆଜି ପ୍ରଥମେ କୋଲନରା ଗୋÂୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ତଦନ୍ତ ହୋଇଥିଲା । ଗୋÂୀ ଶିକ୍ଷାଧିକାରୀ ଏମ୍. ଖଗେଶ୍ୱର ରାଓ ତଦନ୍ତ ରିପୋର୍ଟ ଡିପିସିଙ୍କୁ ପ୍ରଦାନ କରିଥିଲେ । ତାଙ୍କ ରିପୋର୍ଟରେ କ’ଣ ଦର୍ଶାଯାଇଛି ତାହା ଜଣାପଡ଼ିନାହିଁ । ସକାଳ ୧୦ଟାରେ ତଦନ୍ତ ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ୧୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ କେହି କର୍ମଚାରୀ ଆସି ନଥିଲେ । କେବଳ ଜଣେ ଏବିଇଓ ଆସି ତାଙ୍କ ପ୍ରକୋÂରେ ବସିଥିଲେ । ଏଥିରୁ ସ୍ପଷ୍ଟ ହୋଇଛି, ଏହି ସରକାରୀ କାର୍ଯ୍ୟାଳୟ କିଭଳି ଚାଲିଛି । ବର୍ଷ ବର୍ଷ ଧରି ଚାଲିଥିବା ଏହି ବେଆଇନ କାରବାରର ଭିଜିଲାନ୍ସ ତଦନ୍ତ ଲାଗି ଶିକ୍ଷକ ଶିକ୍ଷୟିତ୍ରୀମାନେ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.