ଦ୍ୱିତୀୟ ଅନଫିସିଆଲ ଟେଷ୍ଟ:ଭାରତ ଇନିଂସ୍ ପଛୁଆ

Get real time updates directly on you device, subscribe now.

ପୋର୍ଟ ଅଫ୍ ସ୍ପେନ୍,: ଘରୋଇ ୱେଷ୍ଟଇଣ୍ଡିଜ୍ ଏ’ ଓ ଭାରତ ଏ’ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ବୋଲରମାନଙ୍କ ନିୟନ୍ତ୍ରଣରେ ରହିଥିଲା । ଗୋଟିଏ ଦିନରେ ମୋଟ ୧୯ଟି ୱିକେଟ୍ର ପତନ ଘଟିଥିଲା । ୱେଷ୍ଟଇଣ୍ଡିଜ୍ ଏ’ ଭଲ ସ୍ଥିତିରେ ଥିବାବେଳେ ଭାରତ ଏ’ ଇନିଂସ୍ ପଛୁଆ ରହିଛି । ଘରୋଇ ଦଳ ପ୍ରଥମ ଇନିଂସ୍ରେ ୩୧୮ ରନ୍ରେ ଅଲଆଉଟ୍ ହୋଇଥିଲା । ଜବାବରେ ପ୍ରିୟାଙ୍କ ପଞ୍ଚଲ ଓ ଶିବମ ଦୁବେଙ୍କ ଅର୍ଦ୍ଧଶତକ ସତ୍ତେ୍ୱ ଭାରତ ଏ’ ୧୯୦ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ପ୍ରଥମ ଇନିଂସ୍ରେ ୧୨୮ ରନ୍ରେ ଆଗୁଆ ଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସ୍ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ୪ ୱିକେଟ୍ ହରାଇ ୧୨ ରନ୍ କରି ମୋଟ ୧୪୦ ରନ୍ରେ ଆଗୁଆ ରହିଛି । ଷ୍ଟମ୍ପ ଅପସାରଣ ଶେଷ ସୁଦ୍ଧା ସୁନିଲ ଆମ୍ବ୍ରିସ୍ ଓ ଜର୍ମେନ ବ୍ଲାକଉଡ୍ କୌଣସି ରନ୍ ନକରି ଅପରାଜିତ ରହିଛନ୍ତି ।
ଦ୍ୱିତୀୟ ଦିବସରେ ୱେଷ୍ଟଇଣ୍ଡିଜ୍ ଏ’ ତା’ର ଅସମାପ୍ତ ପ୍ରଥମ ଇନିଂସ୍ ୫/୨୪୩ ରନ୍ରୁ ଖେଳ ଆରମ୍ଭ କରି ୩୧୮ରେ ସୀମିତ ରହିଥିଲା । ସେନ୍ ଡରୱିଚ୍ ୩୯ ଓ ରଖିମ କର୍ଣ୍ଣୱାଲ ଅପରାଜିତ ୫୬ ରନ୍ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ମୟଙ୍କ ମାର୍କଣ୍ଡେ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଭାରତ ଏ’ ଘରୋଇ ବୋଲରଙ୍କୁ ସାମ୍ନା କରିନପାରି ୧୯୦ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଓପନର ପଞ୍ଚଲ ୫୮, ଦୁବେ ୭୯ (୮୫ବଲ୍, ୧୧ଚୌକା, ୨ଛକା), କ୍ରିଷ୍ଣପା ଗୋଥାମ ୧୮ ରନ୍ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁ ପାରିନଥିଲେ । ୱେଷ୍ଟଇଣ୍ଡିଜ୍ ଏ’ ପକ୍ଷରୁ ଚିମାର କେ ହୋଲ୍ଡର ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସ୍ ଅଗ୍ରଣୀ ହାସଲ କରିଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସ୍ରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି । ଦଳ ୧୨ ରନ୍ ମଧ୍ୟରେ ୪ଟି ୱିକେଟ୍ ହରାଇଥିଲା । ଭାରତ ଏ’ ପକ୍ଷରୁ ସନ୍ଦିପ ୱାରିୟର ୩ଟି ଓ ସିରାଜ ଗୋଟିଏ ୱିକେଟ୍ ନେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons