ଦୟା ଯାଚିକା ପାଇଁ ଦୋଷୀଙ୍କୁ ୭ ଦିନ ସମୟ ମିଳୁ

Get real time updates directly on you device, subscribe now.

ନୂଆଦିଲ୍ଲୀ: ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ୪ ଜଣଙ୍କ ଫାଶୀ ତାରିଖ ଘୁଞ୍ଚô ଘୁଞ୍ଚô ଯାଉଥିଲା ବେଳେ କେନ୍ଦ୍ର ସରକାର ବୁଧବାର ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦାଖଲ ପିଟିସନରେ ଦର୍ଶାଯାଇଛି ଯେ ଫାଶୀଦଣ୍ଡ ପାଇଥିବା ଦୋଷୀଙ୍କ ରିଭୁ୍ୟ ପିଟିସନ ଖାରଜ ହେବା ପରେ କୁ୍ୟରେଟିଭ୍ ପିଟିସନ ଦାଖଲ କରିବାର ସମୟ ସୀମା ସ୍ଥିର କରାଯିବା ଦରକାର । ସେହିଭଳି ଡେଥ ୱାରେଣ୍ଟ (ବ୍ଲାକ ୱାରେଣ୍ଟ) ଜାରି କରାଯିବାର ୭ ଦିନ ଭିତରେ ରାଜକ୍ଷମା ଆବେଦନ ଦାଖଲ କରିବା ଲାଗି ଅନୁମତି ଦିଆଯିବା ଉଚିତ । ରାଜକ୍ଷମା ଆବେଦନ ଖାରଜ ହେବାର ୭ ଦିନ ଭିତରେ ରାଜ୍ୟ ସରକାର ଓ ଜେଲ୍ ପ୍ରଶାସନ ନୂଆ ଡେଥ ୱାରେଣ୍ଟ ଜାରି କରି ଦୋଷୀଙ୍କୁ ଫାଶୀ ଦେବା ଦରକାର ।
ମନ୍ତ୍ରଣାଳୟ ପକ୍ଷରୁ ଦାଖଲ ପିଟିସନରେ କୁହାଯାଇଛି କି ଗୋଟିଏ ମାମଲା ସହ ଜଡିତ ଅନ୍ୟ ଦୋଷୀମାନଙ୍କ ରିଭୁ୍ୟ ପିଟିସନ, କୁ୍ୟରେଟିଭ ପିଟିସନ କିମ୍ବା ରାଜକ୍ଷମା ଆବେଦନ ବିଚାରାଧୀନ ରହିଛି ବୋଲି ଦର୍ଶାଇ ଜଣେ ଦୋଷୀଙ୍କୁ ଫାଶୀ ପାଇବାକୁ ରୋକାଯିବା ଉଚିତ ନୁହେଁ । ବର୍ତ୍ତମାନର ଗାଇଡଲାଇନ ଅନୁସାରେ କୌଣସି ଗୋଟିଏ ମାମଲାରେ ଜଣେ ଦୋଷୀଙ୍କ ପିଟିସନ କିମ୍ବା ମାମଲା ବିଚାରାଧୀନ ରହିଥିବା ଦୃଷ୍ଟିରୁ ସେହି ମାମଲାର ଅନ୍ୟ ଦୋଷୀଙ୍କୁ ଫାଶୀ ମିଳିପାରୁ ନାହିଁ । ସେହିଭଳି ମନ୍ତ୍ରଣାଳୟ ମଧ୍ୟ ଦର୍ଶାଇଛି ଯେ ଫାଶୀଦଣ୍ଡ ମାମଲାରେ ଆଇନର ପ୍ରାବଧାନ ଦୋଷୀ କେନ୍ଦ୍ରିତ ନହୋଇ ବରଂ ପୀଡିତା କେନ୍ଦ୍ରିତ ହେବା ଉଚିତ । ଅର୍ଥାତ ମୃତୁ୍ୟଦଣ୍ଡ ମାମଲାରେ ଧାାର୍ଯ୍ୟ ଗାଇଡଲାଇନକୁ ଦୋଷୀଙ୍କ ବଦଳରେ ପୀଡିତାଙ୍କୁ ଧ୍ୟାନରେ ରଖି ବଦଳାଯିବାର ଆବଶ୍ୟକତା ରହିଛି । ଯାହାଫଳରେ ନ୍ୟାୟିକ ପ୍ରକ୍ରିୟା ଉପରେ ଲୋକମାନଙ୍କର ବିଶ୍ୱାସ ଅଧିକ ବଢ଼ିବ । ପ୍ରଚଳିତ ଗାଇଡଲାଇନକୁ ଆଧାର କରି ଦୋଷୀମାନେ ଆଇନଗତ ପ୍ରାବଧାନ ସହ ଖେଳୁଛନ୍ତି । ତେଣୁ ୨୦୧୪ରେ ସୁପି୍ରମକୋର୍ଟ ଦୋଷୀଙ୍କ ଅଧିକାର ସମ୍ପର୍କରେ ଜାରି କରିଥିବା ଗାଇଡ୍ଲାଇନରେ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି ।
୨୦୧୪ ଜାନୁଆରୀ ୨୧ରେ ଶତ୍ରୁଘ୍ନ ଚୌହାନ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ଫାଶୀଦଣ୍ଡ ପାଇଥିବା ଦୋଷୀଙ୍କର ମଧ୍ୟ କିଛି ଅଧିକାର ରହିଛି । ତେଣୁ ସେମାନଙ୍କ ରାଜକ୍ଷମା ଆବେଦନ ଖାରଜ ହେବାର ଅତିକମ୍ରେ ୧୪ ଦିନ ପରେ ସେମାନଙ୍କୁ ଫାଶୀ ଦିଆଯିବା ଉଚିତ । ସୂଚନାଯୋଗ୍ୟ ଯେ ନିର୍ଭୟା ମାମଲାରେ ଫାଶୀଦଣ୍ଡ ପାଇଥିବା ଦୋଷୀମାନେ ଲଗାତାର ଭାବେ ଆଇନର ବିଭିନ୍ନ ଗଳାବାଟ ଦେଇ ଫାଶୀ ଟାଳିବାକୁ ପ୍ରୟାସ ଚଳାଇଛନ୍ତି । ନିର୍ଭୟା ମାମଲାର ୪ ଦୋଷୀ ବିନୟ ଶର୍ମା, ଅକ୍ଷୟ ସିଂହ, ମୁକେଶ ସିଂହ ଓ ପବନ ଗୁପ୍ତାଙ୍କୁ ଜାନୁଆରୀ ୨୨ ତାରିଖରେ ଫାଶୀ ଦେବାକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ । ମାତ୍ର ପରେ ଜଣେ ଦୋଷୀ ରାଜକ୍ଷମା ଆବେଦନ କରିବାରୁ ଫାଶୀ ଉପରେ କୋର୍ଟ ରୋକ୍ ଲଗାଇଥିଲେ । ତେବେ ସମ୍ପୃକ୍ତ ଦୋଷୀର ରାଜକ୍ଷମା ଆବେଦନ ଖାରଜ ହେବା ପରେ କୋର୍ଟ ନୂଆ ଡେଥ ୱାରେଣ୍ଟ ଜାରି କରିଛନ୍ତି । ସେହି ଅନୁସାରେ ଆସନ୍ତା ଫେବ୍ରୁଆରୀ ୧ ତାରିଖ ସକାଳ ୬ଟାରେ ୪ ଦୋଷୀଙ୍କୁ ତିହାର ଜେଲ୍ରେ ଫାଶୀ ଦେବାକୁ ସ୍ଥିର ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons