ଧରାପଡ଼ିଲା ଭଣ୍ଡ ବାବା

Get real time updates directly on you device, subscribe now.

ବାସୁଦେବପୁର,(ବି.ବି.ନୁ୍ୟଜ୍): ସନ୍ତାନ କରାଇ ଦେବା ବାହାନାରେ ପୁଜାପାଠ କଲା । ପୂଜା ସମୟରେ ମହିଳାଙ୍କୁ ଅସଦାଚାରଣ କରି ନିର୍ଧମୁ ଛେଚା ଖାଇଲେ ଭଣ୍ଡ ବାବା । ଖବର ପାଇ ଗାଁ ଲୋକେ ବାବକୁ ରାତି ସାରା ଖୁଣ୍ଟରେ ବାନ୍ଧି ମନଇଚ୍ଛା ଛେଚିଲେ । ସକାଳେ ପୁଲିସ ଲୋକଙ୍କ କବଳରୁ ବାବାଙ୍କୁ ମୁକୁଳାଇଥିଲା । ଭଦ୍ରକ ଚୂଡାମଣି ସାମୁଦ୍ରିକ ଥାନା ଅଞ୍ଚଳରେ ଧରାପଡ଼ିଛି ଏହି ଭଣ୍ଡବାବାଙ୍କ କଳାକାରନାମା । ଜଣେ ବିବାହିତ ମହିଳାଙ୍କୁ ମାତୃତ୍ୱ ଲାଭ ପାଇଁ ନିସ୍ତବ୍ଧ ରାତିରେ ତନ୍ତ୍ରମନ୍ତ୍ର ସାଧନା ବାହାନାରେ ବାବା ମହିଳାଙ୍କ ପ୍ରତି ଅସଦାଚରଣ କରିଥିଲେ । ଏ କଥା ପରିବାର ଲୋକେ ଜାଣିପାରି ବାବାଙ୍କୁ ଗଛରେ ବାନ୍ଧି ବହେ ଛେଚିଛନ୍ତି । ରାଧାନାଥପୁର ଜିତ୍ ସାହିରେ ଏହି ଘଟଣା ଘଟିଛି ।
ଦାମ୍ପତ୍ୟ ଜୀବନର ୬ ବର୍ଷ ପରେ ମଧ୍ୟ ସନ୍ତାନ ସନ୍ତତି ହୋଇ ନଥିବାରୁ ଉଭୟ ସ୍ୱାମୀ-ସ୍ତ୍ରୀ ଭାଙ୍ଗି ପଡ଼ିଥିଲେ । ନିକଟସ୍ଥ କିସ୍ମତକୃର୍ଷ୍ଣପୁର ଗ୍ରାମର ଗୌରହରି ତାଳ (୬୫) ନାମକ ଜଣେ ତାନ୍ତ୍ରିକ ନିକଟକୁ ଯାଇ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ସନ୍ତାନ ଲାଭ ପାଇଁ ପରାମର୍ଶ ଲୋଡ଼ିଥିଲେ । ବାବା ଏଭଳି କାର୍ଯ୍ୟ ପାଇଁ କିଛି ଦିନ ଅପେକ୍ଷା କରିବାକୁ କହିଥିଲେ । ନୀତି ନିୟମରେ ରହିବାକୁ ପରାମର୍ଶ ଦେଇଥିଲେ । କିଛି ଦିନ ବ୍ୟବଧାନ ପରେ ପୁଣି ଆସିବାକୁ କହିଥିଲେ । ପରେ ଉଭୟ ସ୍ୱାମୀ-ସ୍ତ୍ରୀ ବାବାଙ୍କ ନିକଟକୁ ଯାଇଥିଲେ । ବାବା ଗୌରହରି କହିଥିଲେ, ବିଭିନ୍ନ ପୂଜା ପାଠ ହେବ । ଶନିବାର ରାତିରେ ଏହି ପୂଜା କରାଯିବା । ବିଭିନ୍ନ ପୂଜା ସାମଗ୍ରୀକୁ ଆଣିବାକୁ ଚିଠା ଧରାଇଥିଲେ ।
ପରିବାର ଲୋକେ ପୂଜା ସାମଗ୍ରୀ ଆଣି ବାବାଙ୍କୁ ଡକାଇଥିଲେ । ବାବା ରାତି ପ୍ରାୟ ୮ ଟା ବେଳେ ଘରେ ପହଞ୍ଚି ଥିଲେ । ଏହି ପୂଜା ପାଇଁ ଏକ ନିଛାଟିଆ ସ୍ଥାନ ସହ ଏକ କଳା କୁକୁଡାର ଆବଶ୍ୟକ ରହିଛି ବୋଲି କହିଥିଲେ । କଳା କୁକୁଡା ଆସିଥିଲା । ରାତି ୧୧ଟା ସମୟରେ ଏକ ନିଛାଟିଆ ସ୍ଥାନକୁ ସପରିବାର ଯାଇଥିଲେ । ସେଠାରେ ଦୀର୍ଘ ସମୟ ପୂଜା ପାଠ ଚାଲିଥିଲା । ନିସ୍ତବ୍ଧ ରାତି ହୋଇଯିବାରୁ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଓ ଶ୍ୱଶୂରଙ୍କୁ ପୂଜା ସ୍ଥଳରୁ ୩୦୦ ମିଟର ଦୂରରେ ରହିବାକୁୁ କହିଥିଲେ । ପରେ ପୂଜା ପାଖରେ କଳା କୁକୁଡା ବଳି ପଡ଼ିଥିଲା । ମହିଳାଙ୍କୁ ଦୁଇ ଖଣ୍ଡ ହାଡ ଛୁଅାଁଇବା ସହିତ ବିଭିନ୍ନ ମନ୍ତ୍ରପାଠ କରାଇଥିଲେ ବାବା । ପରେ ତାଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ ହେବାକୁ କହିଥିଲେ । ବାବା ମଧ୍ୟ ନିଜେ ଲଙ୍ଗଳା ହୋଇଥିଲେ । ନିକଟରେ ଜଳୁଥିବା ଦୀପକୁ ଛୁଅାଁଇ ମହିଳାଙ୍କୁ ଶପଥ କରାଇଥିଲେ । ଏବେ ଯେଉଁ ପୂଜା ପାଠ ହେବ ତାହା କେଉଁଠି ବି କହିବ ନାହିଁ । ମହିଳା ଜଣକ ଏକମତ ହୋଇଥିଲେ । ବାବା ଗୌରହରି ଘଟଣାସ୍ଥଳରେ ମହିଳାଙ୍କ ଅସଚାରଣ କରିଥିଲେ । ବଳାକ୍ରାର କରିବାକୁ ଉଦ୍ୟମ କରୁଥିବା ବେଳେ ସେ ଚିକ୍ରାର କରିଥିଲେ । ତାଙ୍କ ପାଟି ଶୁଣି ଦୂରରେ ଥିବା ସ୍ୱାମୀ ଓ ଶ୍ୱଶୂର ଘଟଣାସ୍ଥଳକୁ ଯାଇଥିଲେ । ବାବାଙ୍କ କଳାକାରନାମ ବାବଦରେ ଅବଗତ ହେବା ପରେ ତାଙ୍କୁ ଉଭୟନିସ୍ତୁକ ମାଡ଼ ମାରିଥିଲେ । ବାନ୍ଧି ପକାଇଥିଲେ । ରାତି ପାଇଥିଲା । ସକାଳ ହେବା କ୍ଷଣି ସ୍ଥାନୀୟ ଯୁବକ ପହଞ୍ଚି ବାବାଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଥିଲେ । ଉଭୟେ ସ୍ୱାମୀ ସ୍ତ୍ରୀ ଥାନାକୁ ଯାଇ ବାବାଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରିଥିଲା । ପୁଲିସ ଆସି ବାବାଙ୍କୁ ଥାନାକୁ ନେଇଥିଲା । ପୂଜା ପାଠ ସ୍ଥଳରୁ ବିଭିନ୍ନ ପୂଜା ସାମଗ୍ରୀ ସହିତ ଏକ ଛୁରୀ ମଧ୍ୟ ଜବତ କରିଥିଲା । ରକ୍ତାକ୍ତ ବାବାଙ୍କୁ ପୁଲିସ ବାସୁଦେବପୁର ମେଡିକାଲ ନେଇ ଚିକିତ୍ସା କରାଇଥିଲା । ପରେ କୋର୍ଟ ଚାଲାଣ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons