ଧରାପଡ଼ିଲା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ଏକ ଟ୍ରକ ଯୋଗେ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ଗୁଣପୁର ପୁଲିସ । ଟ୍ରକ ସହ ଅଭିଯୁକ୍ତଙ୍କ ପାଖରୁ ନଗଦ ୧ଲକ୍ଷ ୪ହଜାର ୧୦୦ଟଙ୍କା ଓ ଗୋଟିଏ ମୋବାଇଲ୍ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୨ଜଣ ଚାଲାଣକାରୀଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ରାଜକିଶୋର ଦାସ କହିଛନ୍ତି । ଗିରଫ ବ୍ୟକ୍ତିମାନେ ହେଲେ ଉତ୍ତରପ୍ରଦେଶର ବୀର ସିଂ ଓ ଅନ୍ୟଜଣେ ଗୁମୁଡା ଅଞ୍ଚଳର ଜିତେନ୍ଦ୍ର ପାତିକା ।
ଶ୍ରୀ ଦାସ କହିଛନ୍ତି ଯେ, ରବିବାର ଗଜପତି ଜିଲ୍ଲା ରାଇପଙ୍କା ଅଞ୍ଚଳରୁ ଏକ ଗଞ୍ଜେଇ ବୋଝେଇ ଟ୍ରକ୍ ଗୁମୁଡା, ରାମନାଗୁଡା, ଭବାନୀପାଟଣା ଦେଇ ଉତ୍ତରପ୍ରଦେଶ ଅଭିମୁଖେ ବାହାରିଥିଲା । ଖବର ପାଇ ଗୁଣପୁର ପୁଲିସ ସତର୍କ ହୋଇଥିଲା । ଗୁମୁଡା ପାରି ହେବା ପରେ ଟ୍ରକକୁ ପଛରୁ ଗୋଡେଇ ବାଙ୍ଗି ଛକରେ ପୁଲିସ ଧରିବାରେ ସଫଳ ହୋଇଥିଲା । ଟ୍ରକରେ ବସିଥିବା ଦୁଇଜଣ ବ୍ୟକ୍ତିଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରିବା ପରେ ଗଞ୍ଜେଇଗୁଡିକ ଉତ୍ତରପ୍ରଦେଶକୁ ଚାଲାଣ ହେଉଥିବା ସେମାନେ ପୁଲିସ ଆଗରେ ସ୍ୱୀକାର କରିଥିଲେ । ଜବତ ଗଞ୍ଜେଇର ପରିମାଣ ୨୯୮ କେଜି ୬୦୦ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ହେବ ବୋଲି ଏସଡିପିଓ ଶ୍ରୀ ଦାସ କହିଛନ୍ତି । ଟ୍ରକଟି ଉତ୍ତରପ୍ରଦେଶ ରେଜିଷ୍ଟେସନ ରହିଛି । ଗିରଫ ଚାଲାଣକାରୀଙ୍କ ବିରୋଧରେ ୨୦(ବି)(୧୧)ସି ଗଞ୍ଜେଇ ନିରୋଧ ଆଇନ ରୁଜୁ କରାଯାଇଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons