ଧରାପଡ଼ିଲେ ୨ ଡକାୟତ, ଖସିଗଲେ ୩

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଡକାୟତି ପାଇଁ ଯୋଜନା ଚଳାଇଥିବା ବେଳେ ଖାରବେଳନଗର ଥାନା ପୁଲିସ ଚଢ଼ଉ କରି ୨ ଡକାୟତଙ୍କୁ ଗିରଫ କରିଛି । ସେମାନେ ହେଲେ ୟୁନିଟ୍-୩ ମସ୍ଜିଦ ବସ୍ତିରେ ରହୁଥିବା ପଶ୍ଚିମବଙ୍ଗର ସେଖ୍ ଆଲିଆଜମ୍ ମଲ୍ଲିକ(୩୦) ଓ ଲକ୍ଷ୍ମୀସାଗର ବୁଦ୍ଧନଗର ପ୍ରଧାନ ବସ୍ତିରେ ରହୁଥିବା ବ୍ରହ୍ମପୁର ଗେଟ୍ ବଜାରର ଗୁଡ୍ଡୁ ଓରଫ ସୀମାଞ୍ଚଳ ପାଢ଼ୀ(୨୪) । ପୁଲିସ ଉଭୟଙ୍କ ଠାରୁ ମାରଣାସ୍ତ୍ର ସହ ଲଙ୍କା ପାଉଡର, ସ୍କୁଟି ଓ ୪ଟି ମୋବାଇଲ ଫୋନ୍ ଜବତ କରିଛି । ତେବେ ପୁଲିସ ଚଢ଼ଉ ବେଳେ ଅନ୍ୟ ୩ ଡକାୟତ ଖସି ପଳାଇଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ରିକ୍ସା କଲୋନୀ ବସ୍ତିରେ ଥିବା ଏକ ଓମ୍ଫେଡ୍ ବୁଥ୍ ନିକଟରେ କିଛି ଅସାମାଜିକ ମାରଣାସ୍ତ୍ର ସହ ଆଡ୍ଡା ଜମାଇଥିଲେ । ଏହି ଖବର ନାଇଟ୍ ପାଟ୍ରୋଲିଂ ପୁଲିସ ଟିମ୍ ଜାଣିବାକୁ ପାଇ ସେଠାରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ୩ ଜଣ ମାରଣାସ୍ତ୍ର ସହ ଖସି ପଳାଇଥିଲେ । ଆଲିଆଜମ୍ ଓ ଗୁଡ୍ଡୁ ପୁଲିସ ହାତରେ ଧରା ପଡ଼ି ଯାଇଥିଲେ । ସେମାନଙ୍କ ଠାରୁ ଗୋଟିଏ ସ୍କୁଟି(ଓଡି୦୨ଏୱାଇ-୦୯୫୬), ଦୁଇଟି କଟୁରି, ଗୋଟିଏ ଛୁରି, ଗୋଟିଏ ଲୁହା ରଡ୍, ୨ ପ୍ୟାକେଟ୍ ଲଙ୍କା ପାଉଡର ଓ ୪ଟି ମୋବାଇଲ ଫୋନ୍ ଜବତ ହୋଇଥିଲା । ଜେରାବେଳେ ସେମାନେ ଡକାୟତି କରିବା ପାଇଁ ଯୋଜନା ଚଳାଇଥିବା ପୁଲିସକୁ କହିଥିଲେ । ୨ ଜଣଙ୍କ ନାମରେ ପୂର୍ବରୁ ମଧ୍ୟ ବହୁ ଅପରାଧ ମାମଲା ଥିବା ପୁଲିସ କହିଛି । ଆଜି ଆଲିଆଜମ୍ ଓ ଗୁଡ୍ଡୁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଖସି ଯାଇଥିବା ୩ ଜଣଙ୍କୁ ପୁଲିସ ଚିହ୍ନଟ କରିଛି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons