ରଣପୁର,(ବି.ବି.ନୁ୍ୟଜ୍): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କୁଳାସରସ୍ଥିତ ଜନତା ହାଇସ୍କୁଲ ମାଟି୍ରକ ପରୀକ୍ଷା କେନ୍ଦ୍ରରେ ୨ ଜଣ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାବେଳେ ଧରାପଡିଛନ୍ତି । ପୁଲିସ ଏହି ଘଟଣାରେ ୨ ନକଲି ପରୀକ୍ଷାର୍ଥୀଙ୍କୁ ଅଟକ ରଖି ପଚରା ଉଚରା କରୁଛି । ମାଟି୍ରକ ପରୀକ୍ଷା ଦେଉଥିବା ଦୁଇ ସାନ ଭଉଣୀଙ୍କ ପାଇଁ ସେମାନଙ୍କ ଦୁଇ ବଡ଼ ଭଉଣୀ ପରୀକ୍ଷା ଦେଉଥିଲେ ବୋଲି ଜଣାପଡ଼ିଛି ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୁଳାସରସ୍ଥିତ ଜନତା ହାଇସ୍କୁଲ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଛି । ଆଜି ମାଟ୍ରିକ ପରୀକ୍ଷାର ୪ର୍ଥ ଦିନରେ ଗଣିତ ପରୀକ୍ଷା ଚାଲିଥିଲା । ପରୀକ୍ଷା ହଲ୍ରେ ୨ ଜଣ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଶିକ୍ଷାଧିକାରୀ ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର ବେହେରାଙ୍କୁ ସୂଚନା ଦେଇଥିଲେ । ପରେ କୁଳାସର ଜନତା ହାଇସ୍କୁଲରେ ପରୀକ୍ଷାର୍ଥୀମାନଙ୍କ ଆଡ୍ମିଟ୍ କାର୍ଡ ଯାଞ୍ଚ କରାଯାଇଥିଲା । ଏଥିରେ ରଣପୁର ବ୍ଲକ ତାଳକଣି ପଞ୍ଚାନନ ହାଇସ୍କୁଲର ୨ଜଣ ଛାତ୍ରୀଙ୍କ ବଦଳରେ ସେମାନଙ୍କ ବଡ଼ ଭଉଣୀମାନେ ପରୀକ୍ଷା ଦେଉଥିବା ଜଣା ପଡ଼ିଥିଲା । ଏଥି ସହିତ ପ୍ରାର୍ଥିତ୍ୱ ଠିକ ନଥିବାରୁ ୧୪ ଜଣ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ନଦେବା ପାଇଁ ନିଦେ୍ର୍ଧଶ ଦିଆଯାଇଥିଲା । ରଣପୁର ବ୍ଲକ ଶିକ୍ଷାଧିକାରୀ ଉପେନ୍ଦ୍ର ବେହେରାଙ୍କ ସୂଚନା ଅନୁଯାୟୀ ସଙ୍ଗୀତା ପ୍ରତାପ ସିଂଙ୍କ ପାଇଁ ରଶ୍ମିତା ପ୍ରତାପ ସିଂ ଓ ଲିପିନା ଗୁରୁ ପାଇଁ ବିଜୟଲକ୍ଷ୍ମୀ ଗୁରୁ ପରୀକ୍ଷା ଦେଉଥିଲେ ।
ଅଭିଯୋଗ ପାଇ ରଣପୁର ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ କରିବା ସହ ୨ ନକଲି ପରୀକ୍ଷାର୍ଥୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିଥିବା ଜଣାଯାଇଛି । ଏହି ଦୁଇ ନକଲି ପରୀକ୍ଷାର୍ଥୀ କେବଳ ଗଣିତ ପରୀକ୍ଷା ଦେଉଥିଲେ ନା ପୂର୍ବରୁ ସରିଥିବା ୩ଟି ବିଷୟରେ ପରୀକ୍ଷା ଦେଇଛନ୍ତି ଜଣା ପଡ଼ିନାହିଁ । ରଣପୁରରେ ଏହି ଘଟଣା ପ୍ରଥମ ହୋଇଥିବା ବେଳେ ନକଲି ପରୀକ୍ଷାର୍ଥୀ କିଭଳି ପରୀକ୍ଷା ଦେଉଥିବା ସୁପରିଣ୍ଟେଣ୍ଡେଣ୍ଟ ଜାଣି ପାରିଲେ ନାହିଁ ନେଇ ସେ ନେଇ ସନେ୍ଦହ ପ୍ରକାଶ ପାଇଛି ।
Comments are closed, but trackbacks and pingbacks are open.