ଧର୍ମଗଡ଼ରେ ବାବା ସାହେବଙ୍କ ଜୟନ୍ତୀ

Get real time updates directly on you device, subscribe now.

ଧର୍ମଗଡ଼,(ବି.ବି.ନୁ୍ୟଜ): ବାବା ସେହବ ଆମ୍ବେଦକରଙ୍କ ଜୟନ୍ତୀ ଧର୍ମଗଡ଼ରେ ପାଳିତ ହୋଇଛି । ଓବିସି,ଏସସି ଏସ୍ଟି ମିଳିତ ମଞ୍ଚ ପକ୍ଷରୁ ଧର୍ମଗଡ଼ ଚାରିଛକ ସ୍ଥିତ ବାବାସେହବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପ୍ରଭାକର ଜାଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାଦବ ସମାଜ ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ, ତ୍ରିଭୂବନ ମାଝୀ, ସତନାମୀ ସାମାଜରୁ କ୍ଷେତ୍ରମୋହନ ସତନାମୀ, ସାମ୍ବାଦିକ ବିରଞ୍ଚି ଜାଲ, ଜୟନ୍ତପୁର ସରପଞ୍ଚ ରମଣି ଦୁରିଆ, ଚକ୍ରଧର ବେଣୁପାଣି, ଅଲଓଡିଶା ସିଡୁ୍ୟଲକାଷ୍ଟ ଫେଡରେସନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ ପ୍ରମୁଖ ଯୋଗ ଦେଇ ବାବା ସେହବଙ୍କ ସ୍ମୃତିଚାରଣ କରିଥିଲେ । ଆଇନଜୀବୀ ଜୟଦ୍ରଥ ମହାନନ୍ଦ ସଭାପରିଚାଳନା କରିଥିଲା ବେଳେ ଦେବାର୍ଚ୍ଚନ ସେଠିଆ ଧନ୍ୟବାଦ ଦେଇଥିଲେ । ଏହି ଅବସର ରେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରକ୍ତଭଣ୍ଡାରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଢଗମାଳିଆ ନାଏକ, ଭାରତ ବନ୍ଧୁ ସୁନାନୀ, ମହେଶ୍ୱର ସୁନାନୀ, ଲବଣୀ ନାଏକ ଯାଦବ, ଡାକେଶ୍ୱର ଲହଜଲ ଓ ଅନ୍ୟମାନେ ସହଯୋଗ କରିଥିଲେ । ସେହିପରି ନଗର ଭାଜପା ପକ୍ଷରୁ ମଧ୍ୟ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଛି । ନଗର ସଭାପତି ହରେକୃଷ୍ଣ ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଧନଞ୍ଜୟ ପାତ୍ର, ହିମାଂଶୁ ପଣ୍ଡା, ଶିଶୁ ଦେବ ମୁଣ୍ଡ, ମହିଳା ମୋର୍ଚ୍ଚା ଜିଲ୍ଲା ସଂପାଦିକା ସୋଭାଙ୍ଗିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons