ଧର୍ମେନ୍ଦ୍ରଙ୍କ ରୁଷ ଗସ୍ତର ଦ୍ୱିତୀୟ ଦିନ:ଇସ୍ପାତ, କୋଇଲା ଓ ତୈଳ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ କଲେ ଆଲୋଚନା

Get real time updates directly on you device, subscribe now.

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୁଷ ଗସ୍ତର ଦ୍ୱିତୀୟ ଦିନରେ ଆଜି ଦୁଇଦେଶ ମଧ୍ୟରେ ଇସ୍ପାତ ଓ କୋଇଲା ବ୍ୟବସାୟ ଏବଂ ତୈଳ ଓ ଗ୍ୟାସ କ୍ଷେତ୍ରରେ ଆର୍ଥିକ ସହଯୋଗ ନେଇ ସେଠାକାର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଏଭରାଜ ଗୁ୍ରପ୍ର ସିଇଓ ଆଲୋକଜାଣ୍ଡର ଫ୍ରୋଲୋଭଙ୍କ ସହ କୋଇଲା, ଖଣିଜ, ଇସ୍ପାତ ଉପôାଦନ, ଟେକ୍ନୋଲୋଜି ହସ୍ତାନ୍ତରଣ ଆଦି କ୍ଷେତ୍ରରେ ଏଭରାଜ ଗୁ୍ରପ୍ ଓ ଭାରତର ଇସ୍ପାତ କମ୍ପାନୀ ମଧ୍ୟରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଥିଲେ । ସେହିଭଳି ସ୍କୋଲକୋଭ ଫାଉଣ୍ଡେସନ ମୁଖ୍ୟ ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆରକେଡି ଡିଭୋରକୋଡିକ୍ଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା କରିଥିଲେ । ପରେ ଶ୍ରୀ ପ୍ରଧାନ କହିଥିଲେ ଯେ ଏହି ଫାଉଣ୍ଡେସନ ଉଦ୍ୟମିତା ଓ ଅଭିନବୀକରଣ ଦିଗରେ କାର୍ଯ୍ୟ କରୁଛି । ତୈଳ ଓ ଗ୍ୟାସ୍ କ୍ଷେତ୍ରରେ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବା ପାଇଁ ଏକ ଷ୍ଟାର୍ଟଅପ୍କୁ ଯୋଡୁଛି । ଯାହା ତୈଳ ଓ ଗ୍ୟାସ୍ କ୍ଷେତ୍ର ସହ ନୂଆ କୌଶଳ ବିକଶିତ କରିବା ଭଳି ଷ୍ଟାର୍ଟଅପ୍ ନିର୍ମାଣ ହୋଇଛି । ଟେକ୍ନୋଲୋଜି ଇନୋଭେସନ ଓ ଉଦ୍ୟମଶୀଳତାକୁ ଜୀବନ୍ତ ଭାବେ ସ୍ଥାପନ କରିବା ଓ ରୁଷ ଅର୍ଥ ବ୍ୟବସ୍ଥାର ବିବିଧକରଣ ପାଇଁ ଉତ୍ପ୍ରେରକ ପ୍ରଦାନ କରିବା ଏହାର ମୁଖ୍ୟ ଉଦେ୍ଧଶ୍ୟ ବୋଲି ସେ କହିଛନ୍ତି । ଏହି ନୂତନ ଟେକ୍ନୋଲୋଜି ସହାୟତାରେ ଏଠାରେ ଥିବା ଭାରତୀୟ ତୈଳ ଓ ଗ୍ୟାସ୍ କମ୍ପାନିମାନେ ଉନ୍ନତି କରିପାରିଛନ୍ତି । ଏହାର ଉପଯୁକ୍ତ ପ୍ରଚେଷ୍ଟା ଫଳରେ ଭାରତରେ ତୈଳ ଓ ଗ୍ୟାସ୍ ଅନ୍ୱେଷଣ ଓ ଉପôାଦନ ବୃଦ୍ଧି କରାଯାଇପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons