ଧାନ ବିଲରୁ ମିଳିଲା ନରକଙ୍କାଳ

Get real time updates directly on you device, subscribe now.

ଖଲ୍ଲିକୋଟ : ଧାନବିଲରୁ ନରକଙ୍କାଳ ଠାବ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭେଜିପୁଟ ନିକଟ ଏକ ଧାନ ବିଲ ଭିତରେ ଏକ ନରକଙ୍କାଳ ଠାବ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।
ଖବର ଅନୁଯାୟୀ, ଆଜି ସକାଳ ସମୟରେ କିଛି ଲୋକ ସେହି ରାସ୍ତା ଦେଇଯାଉଥିବା ବେଳେ ନରକଙ୍କାଳ ପଡିଥିବାର ଦେଖିବାକୁ ମିଳିଥିଲା । ଆଖପାଖ ଅଞ୍ଚଳରେ ଖବର ଖୁବ୍‌ ଜୋରରେ ବ୍ୟାପିଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା । ମୁଣ୍ଡ, ଖପୁରି ଏବଂ ହାଡ଼ ଗୁଡ଼ିକ ଏଣେ ତେଣେ ବିଛାଡି ହୋଇପଡିଥିବାର ମଧ୍ୟ ଦେଖିବାକୁ ମିଳିଛି । ସେପଟେ ନିକଟରେ ଏକ ପ୍ୟାଣ୍ଟ ଓ କିଛି ଚୁଟି ପଡିରହିଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଏହା ଏକ ପୁରୁଷ ନର କଙ୍କାଳ ବୋଲି ଅନୁମାନ କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କଙ୍କାଳଟି ପୁରୁଷ କି ମହିଳାଙ୍କ ତାହ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ହାଡ଼କୁ ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହାପୂର୍ବରୁ ଗଞ୍ଜାମ ଜିଲ୍ଲାର ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ଏପରି ନରକଙ୍କାଳ ଠାବ ହୋଇଥିଲା । ଯାହାର ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons