ଧାମନଗର,(ବି.ବି.ନୁ୍ୟଜ୍): ଧୁଷୁରୀ ଥାନା ଅଞ୍ଚଳର ଜନୈକା ୧୬ ବର୍ଷିୟା ନାବାଳିକା ଛାତ୍ରୀକୁ ସେହି ଗ୍ରାମର ଦୁର୍ଯୋଧନ ମାଝିଙ୍କ ପୁଅ ବିଚିତ୍ର ମାଝି (୩୩) ଦୀର୍ଘ ଦିନ ଧରି ବଳାକ୍ରାର କରି ଆସୁଥିବା ପୀଡ଼ିତାଙ୍କ ମାଆ ଧୁଷୁରୀ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ଥାଉକି ଖପରପଦା ଗ୍ରାମର ବିଚିତ୍ର ସେହି ଗ୍ରାମର ତାଙ୍କର ସୂର୍ଯ୍ୟ ମୌତ୍ର ବନ୍ଧୁଙ୍କ ଘର । ସେଥିପାଇଁ ବିଚିତ୍ର ତାଙ୍କ ଘରକୁ ଅଧିକାଂଶ ସମୟରେ ଯିବା ଆସିବା କରନ୍ତି । ହେଲେ ତିନି ମାସ ପୂର୍ବେ ସଂପୃକ୍ତା ନାବାଳିକାଙ୍କ ପରିବାର ଲୋକ ଘରେ ନଥିବାର ସୁଯୋଗ ନେଇ ବିଚିତ୍ର ତାଙ୍କ ଘରେ ପହଞ୍ଚିି ସଂପୃକ୍ତା ନାବାଳିକାକୁ ପ୍ରେମ ନିବେଦନ କରିଥିଲେ । ଏଥିରେ ଛାତ୍ରୀ ଜଣଙ୍କ ଅରାଜି ହେବାରୁ ବିଚିତ୍ର ଯୋର ଜବରଦସ୍ତ ତାଙ୍କୁ ବଳାକ୍ରାର କରିଥିଲେ । ଏପରିକି ବଳାକ୍ରାର ଭିଡିଓ ନିଜେ ବିଚିତ୍ର ନିଜ ମୋବାଇଲରେ ରେକର୍ଡିଂ କରିଥିଲେ । ପୀଡ଼ିତାକୁ ଧମକ ଦେଇ କହିଥିଲେ ଯେ ମୁଁ ଯେତେ ବେଳେ ଓ ଯେଉଁ ସମୟରେ ଚାହିଁବି ତୋ ସହିତ ଏପରି ଘଟଣା ଘଟାଇବି । ତୁ ବିରୋଧ କଲେ କିମ୍ବା ଏହି ଘଟଣା ଯଦି କାହାକୁ କହିବୁ ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବି । ଲୋକ ଲଜ୍ୟାକୁ ଭୟ କରି ସଂପୃକ୍ତା ନାବାଳିକା ସରଳତାର ସୁଯୋଗ ନେଇ ବିଚିତ୍ର ବିଭିନ୍ନ ସମୟରେ ତାଙ୍କୁ ବାରମ୍ବାର ବଳାକ୍ରାର କରି ଆସୁଥିଲେ । ଏପରିକି ତାଙ୍କୁ ବିବାହ କରିବାକୁ ବାଧ୍ୟ କରି ଆସୁଥିଲେ । ଶେଷରେ ନିରୂପାୟ ହୋଇ ସଂପୃକ୍ତା ନାବାଳିକା ଘଟଣା ସଂପର୍କରେ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଏଥିରେ ପୀଡ଼ିତା ପରିବାର ବିଚିତ୍ର ଓ ତାଙ୍କ ପରିବାରଙ୍କୁ ପଚାରିବାରୁ ସେମାନେ ଉତ୍କ୍ଷିପ୍ତ ହୋଇ ଏମାନଙ୍କୁ ମାଡ଼ ମାରିବା ସହିତ ହତ୍ୟା ଧମକ ଦେଇଥିଲେ । ଲୋକଲଜ୍ୟା ସହ୍ୟ କରିନପାରି ବାଧ୍ୟ ହୋଇ ପୀଡ଼ିତାଙ୍କୁ ପରିବାର ଲୋକ ନିଜ ଘରୁ ନେଇ ତାଙ୍କ ବନ୍ଧୁଙ୍କ ଘରେ ରଖିଥିଲେ । କୌଣସି ସୂତ୍ରରୁ ଖବରପାଇ ବିଚିତ୍ର ଓ ତାଙ୍କର ୨/୩ ଜଣ ସହଯୋଗୀ ସେଠାରେ ପହଞ୍ଚିି ଗଣ୍ଡଗୋଳ କରିବା ସହିତ ନାବାଳିକାକୁ ଉଠାଇ ଆଣିବାକୁ ଉଦ୍ୟମ କରିଥିଲେ । ଏପରିକି ଗତ ରବିବାର ନାବାଳିକାକୁ ଘର ଛାଡ଼ି ତା ସହିତ ଯିବାକୁ ବାଧ୍ୟ କରିଥିଲେ । ସେ ନଯିବାରୁ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଲୁହା ରଡ଼ରେ ମାଡ଼ ମାରି ଜୋର ଜବରଦସ୍ତ ନିଜ ଘରକୁ ଛାତ୍ରୀକୁ ନେଇ ଯାଇଥିଲେ । ବିଚିତ୍ର ନିଜ ଘରେ ନାବାଳିକାକୁ ରଖି ବଳାକ୍ରାର କରିଥିଲେ । ଶେଷରେ ନିରୂପାୟ ହୋଇ ମଙ୍ଗଳବାର ରାତିରେ ପୀଡ଼ିତାର ମାଆ ଧୁଷୁରୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାଟିକୁ ଗୁରୁତ୍ୱର ସହ ବିଚାର କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଚିତ୍ର ଓ ତାଙ୍କର ବଡ଼ଭାଇ ପବିତ୍ର ଓ ସାନଭାଇ ମଧୁସୂଦନକୁ ଧୁଷୁରୀ ପୁଲିସ ଆଜି ଗିରଫ କରିଛି । ଏନେଇ ଧୁଷୁରୀ ଥାନାରେ କେଶ ନଂ-୨୩୭/୧୯ରେ ୩୭୬(୨)(ଏନ), ୩୪୧, ୨୯୪, ୩୨୩, ୫୦୬, ୩୫୪(ସି), ୩୪ ଆଇପିସି ଓ ୬ ପୋସ୍କୋ ଆଦି ସଂଗୀନ ଦଫା ରୁଜୁ ହୋଇଛି । ବଳାକ୍ରାର କଠୋର ଦଣ୍ଡ ଦେବାକୁ ପୀଡ଼ିତାଙ୍କ ମାଆ ଥାନାରେ ଅନୁରୋଧ କରିଛନ୍ତି ।
Comments are closed, but trackbacks and pingbacks are open.