ଧାମନଗରରେ ୩ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା

Get real time updates directly on you device, subscribe now.

ଧାମନଗର, (ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲାର ଐତିହାସିକ ସଂଗ୍ରାମ ପୀଠ ଧାମନଗର ବ୍ଲକ୍ର ବହୁ ବୀରପୁତ୍ର ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି । ଏବେ ବି ବହୁ ସ୍ୱାଧୀନତା ସଂଗ୍ରାମୀ ଆମଗହଣରେ ରହି ଦିଗ୍ଦର୍ଶନ ଦେଉଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ରବିବାର ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । କୋଭିଡ଼ ଆଇନ୍କୁ ସମ୍ମାନ ଜଣାଇ ସମଦୂରତା ରକ୍ଷାକରି ରବିବାର ଭଦ୍ରକ ଜିଲ୍ଲାପାଳ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ସୂର୍ଯ୍ୟପୁରର ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ, ଗୌରୀଶ୍ୟାମ ଗୋସ୍ୱାମୀ ଓ ବୟାଂଡିହ ପଞ୍ଚାୟତର କମାରବନ୍ଧ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତଙ୍କୁ ଅଗଷ୍ଟ ୯ କ୍ରାନ୍ତି ଦିବସ ରବିବାର ପୂର୍ବାହ୍ନରେ ସେମାନଙ୍କ ବାସଭବନରେ ପହଞ୍ଚି ସଂଗ୍ରାମୀ ରାମହରି ଗୋସ୍ୱମୀ ଓ ଗୌରୀଶ୍ୟାମ ଗୋସ୍ୱାମୀଙ୍କୁ ଜିଲ୍ଲାପାଳ ଡ. ଜ୍ଞାନ ରଂଜନ ଦାସ, ସଂଗ୍ରାମୀ ବ୍ରଜକିଶୋର ରାଉତଙ୍କୁ ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ସମ୍ବର୍ଦ୍ଧିତ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ଶାଲ୍, ଉତ୍ତରୀୟ, ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା, ସାନିଟାଇଜର, ମାସ୍କ ଓ ପୁଷ୍ପଗୁଚ୍ଛ ସଂଗ୍ରାମୀମାନଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଗୋଲେଖ ଚନ୍ଦ୍ର ବେହେରା, ଧାମନଗର ଆଇଆଇସି ରତିକାନ୍ତ ଗିରି, ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ଧାମନଗର ବ୍ଲକ୍ର ସାଂସଦ ପ୍ରତିନିଧି ନାରାୟଣଚନ୍ଦ୍ର ସାହୁ, ଚାନ୍ଦବାଲି ବ୍ଲକ୍ ସାଂସଦ ପ୍ରତିନିଧି ଅଶୋକ କୁମାର ବଳ, କଂଗ୍ରେସ ଓବିସି ସେଲ୍ର ରାଜ୍ୟ ଉପସଭାପତି ଅଭିଷେକ ରାଉତ, କଂଗ୍ରେସ ନେତା ନେତା ହୃଦାନନ୍ଦ ସେଠୀ, ଦେବାଶିଷ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons