ମାଲକାନଗିର : ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମ.ଭି-୪୩ ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରି ଚିକିତ୍ସାଧିନ ଅବସ୍ଥାରେ ଆଜି ମୃତ୍ୟୁ ଘଟିଛି । ଗତ ୨ ମାସ ପୂର୍ବେ ଏମ.ଭି-୪୩ ଗ୍ରାମର ବିପ୍ଳବ ବୈରାଗୀଙ୍କ ପରିବାର ପାଇଁ ଆବାସ ଯୋଜନାରେ ଆବାସ ଗୃହ ମଞ୍ଜୁର ହୋଇଥିବାରୁ ସଂପୃକ୍ତ ଗ୍ରାମର ସଞ୍ଜୟ ଦେବନାଥଙ୍କ ପରିବାରଠାରୁ ୨ ଲକ୍ଷ ଟଙ୍କା ଧାରରେ ନେଇ ଘର କାର୍ୟ୍ୟର ବିଲ୍ ହେବା ପରେ ସମସ୍ତ ଅର୍ଥ ପରିଶୋଧ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବଡ ଭାଇ ସନ୍ତୋଷ ଦେବନାଥଙ୍କ ବିବାହ ପାଇଁ ଟଙ୍କା ଆବଶ୍ୟକ ପଡିବାରୁ ଗତ ୧୮ ତାରିଖରେ ସାନ ଭାଇ ସଞ୍ଜୟ ଧାର ଦେଇଥିବା ବିପ୍ଲବ ବୈରାଗିଙ୍କ ଘରକୁ ଯାଇ ଧାର ଟଙ୍କା ଫେରସ୍ତ ମାଗିଥିଲେ । ତେବେ ଟଙ୍କା ଫେରସ୍ତ ଦେବା ପରିବର୍ତ୍ତେ ବିପ୍ଳବ ତାଙ୍କ ପରିବାର ସଦସ୍ୟଙ୍କ ସହ ମିଳିତ ଭାବେ କିନ୍ତୁ ସଞ୍ଜୟଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏଥିସହ ପୁନଃର୍ବାର ଟଙ୍କା ମାଗିଲେ ଗାଁ ଲୋକଙ୍କୁ ନେଇ ବୈଠକ କରି ହଇରାଣ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏହାପରେ ସଞ୍ଜୟ ମାନସିକ ଭାରସାମ୍ୟ ହରାଇ ୧୯ ତାରିଖ ଦିନ ବିଷ ପିଇ ଦେଇଥିଲା ।
ଏହା ଦେଖି ପରିବାର ବର୍ଗ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରାଚଲମ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ପରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କ ମୃତ୍ୟୁ ପୂର୍ବରୁ ସଞ୍ଜୟଙ୍କ ମାଆ ଭାରତୀ ଦେବନାଥ ମାଲକାନଗିରି ଥାନାରେ ବିପ୍ଲବଙ୍କ ସମେତ ୬ ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ଏହି ଏତଲାକୁ ଭିତିକରି ମାଲକାନଗିରି ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ସଞ୍ଜୟଙ୍କ ମୃତ୍ୟୁ ପୂର୍ବରୁ ଚିକିତ୍ସାଧିନ ଅବସ୍ଥାରେ ଗତିକାଲି ତାଙ୍କର ବୟାନ ରେକର୍ଡ କରିଛି ।ତେବେ ଆଜି ତାଙ୍କର ମୃତ୍ୟୁ ପରେ ଅଧିକ ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.