ଧୋକ୍କା ଦେଲା ପ୍ରେମିକ, ପୁଲିସ ଚୁପ

Get real time updates directly on you device, subscribe now.

ସିମୁଳିଆ: ଫେସ୍ବୁକରୁ ପ୍ରେମ । ପରେ ଶାରୀରିକ ସମ୍ପର୍କ ଓ ଏହାପରେ ବିବାହ ହେଲା । କିନ୍ତୁ ଏହାପରେ ପ୍ରେମିକ ଧୋକା ଦେଇ ଚମ୍ପଟ ମାରିଲା । ଅନ୍ୟପଟେ ନ୍ୟାୟ ପାଇଁ ପ୍ରେମିକା ଥାନାରେ ଦ୍ୱାରସ୍ଥ ହେଲେ । ନ୍ୟାୟ ନ ମିଳିବାରୁ ଥାନା ସମ୍ମୁଖରେ ସେ ଆତ୍ମାହୁତି ଦେବାକୁ ଉଦ୍ୟମ କଲେ । ଏମିତି ଘଟଣା ସିମୁଳିଆ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳର ଜଣେ ଯୁବତୀ ସିମୁଳିଆ ଥାନା କୁପୁରା ଅଞ୍ଚଳର ଜସିମ ସାହାଜିଙ୍କ ସହିତ ଫେସବୁକ୍ରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କେବଳ ଏତିକି ନୁହେଁ, ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇ ଚେନ୍ନାଇରେ ଏକ ହୋଟେଲ ୩ ମାସ ଦାମ୍ପତ୍ୟ ଜୀବନ କାଟିଛନ୍ତି । ଏବେ ଯୁବତୀ ଜଣକ ୫ ମାସର ଅନ୍ତଃସତ୍ତ୍ୱା । ଏଇ କିଛି ଦିନ ତଳେ ସଂପୃକ୍ତ ଯୁବତୀଙ୍କୁ ଭୁବନେଶ୍ୱରରେ ଛାଡ଼ି ସାହାଜି କୁଆଡେ଼ ଉଭାନ ହୋଇଗଲେ । ସେ ବାରମ୍ବାର ଫୋନ କଲେ ମଧ୍ୟ ସାହାଜି ଗ୍ରହଣ କରି ନଥିଲେ । ଶେଷରେ ନିରାଶ ହୋଇ ଏନେଇ ଗତ ଜୁନ ୯ ତାରିଖରେ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଏହା ମଧ୍ୟରେ ମାସେ ବିତିଗଲାଣି । କିନ୍ତୁ ପୁଲିସ ଚୁପ ହୋଇ ବସିଛି । ଆଜି ଯୁବତୀ ନ୍ୟାୟ ଦାବିରେ ସିମୁଳିଆ ଥାନା ସମ୍ମୁଖରେ ଦେହରେ କିରାସିନ ଢାଳି ଆତ୍ମାହୁତି କରିବାକୁ ଉଦ୍ୟମ କରିଥିଲେ । ପୁଲିସ ଯୁବତୀଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons