ଧୋନିଙ୍କୁ ବାଙ୍ଗରଙ୍କ ସମର୍ଥନ

Get real time updates directly on you device, subscribe now.

ବର୍ମିଂହାମ୍: ଚଳିତ ବିଶ୍ୱକପ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଦର୍ଶନକୁ ନେଇ ପୂର୍ବତନ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି ସୋସିଆଲ୍ ମିଡିଆରେ ତାଙ୍କୁ ପ୍ରଶଂସକମାନେ ସମାଲୋଚନା କରିଛନ୍ତି । ଏଭଳି ସ୍ଥଳେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପରେ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ଭେଟେରାନ ଧୋନିଙ୍କ ସମର୍ଥନରେ ଆଗେଇ ଆସିଛନ୍ତି । ଆଫଗାନିସ୍ତାନ ବିପକ୍ଷରେ ଧୋନି ୫୨ ବଲ୍ରୁ ୨୮ ରନ୍ ଏବଂ ଇଂଲଣ୍ଡ ବିପକ୍ଷରେ ୩୧ ବଲ୍ରୁ ୪୨ ରନ୍ର ଧିମା ଇନିଂସ୍ ଖେଳିଥିଲେ ।
ବାଙ୍ଗର କହିଛନ୍ତି, ପ୍ରତି ମ୍ୟାଚ୍ରେ ଧୋନିଙ୍କୁ ସମାଲୋଚନା କରାଯାଉଛି । ଏହା ମୋତେ ଚକିତ କରିଛି । ତାଙ୍କ ବ୍ୟାଟିଂ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠୁଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ବ୍ୟତୀତ ଅନ୍ୟ ସମସ୍ତ ମ୍ୟାଚ୍ରେ ସେ ଭଲ ପ୍ରଦର୍ଶନ କରିଥିଲେ । ଦକ୍ଷିଣ ଆଫ୍ରିକା ମ୍ୟାଚ୍ରେ ସେ ରୋହିତ ଶର୍ମାଙ୍କ ସହ ମିଶି ୭୦ରନ୍ର ଭାଗିଦାରୀ ଗଠନ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଧୋନି ଅର୍ଦ୍ଧଶତକୀୟ (୫୨ ରନ୍) ଇନିଂସ୍ ଖେଳିଥିଲେ । ଇଂଲଣ୍ଡ ବୋଲରଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । ଯେଉଥିଁପାଇଁ ଧୋନି ବଡ଼ ସଟ୍ ଖେଳି ପାରିନଥିଲେ । ଦଳ ପାଇଁ ତାଙ୍କ ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ ରହିଆସିଛି । ତାଙ୍କ ବ୍ୟାଟିଂ କୌଣସି ତ୍ରୁଟି ଥିବା ଦେଖିବାକୁ ପାଇନି ।’ ସୂଚନାଯୋଗ୍ୟ, ଇଂଲଣ୍ଡ ମ୍ୟାଚ୍ରେ ଧୋନିଙ୍କ ଧିମା ବ୍ୟାଟିଂକୁ ନେଇ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେ ଧୋନିଙ୍କ ବ୍ୟାଟିଂ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons